ଦୟା ନଦୀ ପାଣିରେ ବୁଡିଲା ଘର : ନଦୀବନ୍ଧରେ ଆଶ୍ରୟ ନେଲେ ଲୋକେ; ତମ୍ବୁ ଟାଣି ଖୋଲା ଆକାଶ ତଳେ ଚାଲିଛି ରୋଷେଇ

129

କନକ ବ୍ୟୁରୋ : ଦୟା ନଦୀରେ ବନ୍ୟା ଆସିବା ପରେ ଜଳବନ୍ଦୀରେ ଅନେକ ଘର । ଫଳରେ ଏବେ ପ୍ରଭାବିତ ଲୋକଙ୍କ ପାଇଁ ଆଶ୍ରୟସ୍ଥଳ ପାଲଟିଛି ଦୟା ନଦୀବନ୍ଧ । ପ୍ରାୟ ୧୫ଶହରୁ ଅଧିକ ପରିବାର ଦୟାନଦୀ ବନ୍ଧରେ ତମ୍ବୁ ଟାଣି ରହିଛନ୍ତି । ଏପରି କିଛି ଦୃଶ୍ୟ ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଶବର ସାହିରେ ଦେଖିବାକୁ ମିଳିଛି । ବନ୍ୟା ଜଳ ଘରେ ପଶିବା ପରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ନିଜ ଜିନିଷପତ୍ର ଓ ପିଲାଛୁଆକୁ ଆଣି ବନ୍ଧ ଉପରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି । ଏପରିକି ଗୃହପାଳିତ ପଶୁଙ୍କ ସହ ଲୋକେ ରହୁଥିବାର ଦେଖିବାକୁ ମିଳିଛି ।