ସାମ୍ନାକୁ ଆସିଲା ଯବାନଙ୍କ ଉପରେ ଆକ୍ରମଣ ସମୟର ଦୃଶ୍ୟ : ଯବାନଙ୍କ ଗାଡ଼ି ଧ୍ୱଂସ ହେବା ପରେ ମଧ୍ୟ ହେଉଥିଲା ଗୁଳି ବର୍ଷା

1,085

କନକ ବ୍ୟୁରୋ : ଛତିଶଗଡ଼ ଦାନ୍ତେୱାଡାରେ ନକ୍ସଲ ଆକ୍ରମଣରେ ୧୦ ଯବାନ ସହିଦ ହେଲେ । ଏବେ ସାମ୍ନାକୁ ଆସିଛି ଯବାନଙ୍କୁ ଆକ୍ରମଣ ବେଳର ସେହି ଦୃଶ୍ୟ । କିପରି ଯବାନଙ୍କ ଗାଡି ଧ୍ୱଂସ ହେବା ପରେ ମଧ୍ୟ ଗୁଳି ବର୍ଷା କରିଥିଲେ ନକ୍ସଲ । ଧ୍ୱଂସ ହୋଇଥିବା ଗାଡି ପଛରେ ଅନ୍ୟ ଏକ ଗାଡିରେ ଯବାନ ଆସୁଥିଲେ । ସେହି ଗାଡିରେ ବସିଥିବା ଯବାନ ନିଜ ମୋବାଇଲରେ ଏହି ଭିଡିଓ ରେକର୍ଡିଂ କରିଥିବା ଜଣାପଡ଼ିଛି । ମାଓବାଦୀଙ୍କ ବିସ୍ଫୋରଣରେ ଗାଡିଟି ଉଡିଯାଇଥିଲା । ୨୦ ଫୁଟ ଉପରକୁ ଉଠି ଘଟଣାସ୍ଥଳରୁ ୧୫୦ ମିଟର ଗାଡିଟି ଦୂରକୁ ଛିଟିକି ପଡ଼ିଥିଲା ।