ଗହଣା ସୋ’ ରୁମରୁ ଭୟଙ୍କର ଡକାୟତି : ଗ୍ରାହକ ବେଶରେ ପଶିଥିଲେ ୭ ଡକାୟତ; କର୍ମଚାରୀଙ୍କୁ ମାଡ ମାରିଲେ ଗହଣା ଲୁଟିଲେ

401

କନକ ବ୍ୟୁରୋ : ଗହଣ ସୋ’ରୁମ୍ ଲୁଟିନେଲେ ଚୋର । ଯାଜପୁର ବ୍ୟାସନଗର ସ୍ଥିତ ସେନକୋ ଗୋଲ୍ଡ ସୋରୁମରେ ଭୟଙ୍କର ଡକାୟତି । ଗହଣା ସୋରୁମରେ ଗୋଟିଏ ବି ଅଳଙ୍କାର ଛାଡି ନାହାଁନ୍ତି ଲୁଟେରା । କିଭଳି ଗହଣା ସବୁ ଲୁଟି ନେଇଛନ୍ତି ଡକାୟତ ଗୋଷ୍ଠୀ ତାହାର ଚିତ୍ର ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ ୭ ଜଣ ଡକାୟତ ସୋରୁମ୍ ଭିତରେ ଗ୍ରାହକ ହିସାବରେ ପ୍ରବେଶ କରିଥିଲେ । ପରେ କର୍ମଚାରୀଙ୍କୁ ମାଡମାରି ବନ୍ଧୁକ ମୁନରେ ଗହଣା ସବୁ ଲୁଟି ନେଇ ବାହାରୁ ସଟର ପକାଇ ବନ୍ଦ କରି ଫେରାର ହୋଇ ଯାଇଥିଲେ । ଲୁଟେରାମାନେ ଗ୍ରାହକଙ୍କୁ ଆକ୍ରମଣ କରି ସେମାନଙ୍କ ଠାରୁ ମଧ୍ୟ ଗହଣା ଲୁଟି ନେଇଛନ୍ତି ।

ଆକ୍ରମଣରେ ସୋରୁମର ୨ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଦୁଇଜଣ ଯୁବକ ଚେନ କିଣିବା ବାହାନାରେ ଦୋକାନ ଭିତରକୁ ପଶିଥିଲେ । ଆଉ ସେଠାରେ କହି ଗ୍ରାହକ ନଥିବା ଜାଣିବା ପରେ ଫୋନରେ ନିଜ ସାଙ୍ଗମାନଙ୍କୁ ଡାକିଥିଲେ । ଦୁର୍ବୃତ୍ତମାନେ ହିନ୍ଦୀ ଭାଷାରେ କଥା ହେଉଥିଲେ ଓ ସେମାନଙ୍କ ହାତରେ ବନ୍ଧୁକ ରହିଥିଲା । ପୁଲିସ ଘଟଣାର ତଦନ୍ତ ଆରମ୍ଭ କିରଛି ।