ବେଧଡ଼କ ଚାଲୁଥିଲା ବ୍ରାଉନସୁଗାର ବେପାର : ୨ବେପାରୀଙ୍କୁ ଗିରଫ କଲା ଅବକାରୀ ବିଭାଗ

96

କନକ ବ୍ୟୁରୋ : କଟକ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାଡ୍ ଦ୍ୱାରା ଦୁଇ ବ୍ରାଉନସୁଗାର ବେପାରୀ ଗିରଫ ହୋଇଛନ୍ତି । ଅବକାରୀ ବିଭାଗକୁ ଚକମା ଦେଖାଇ ବେଧଡ଼କ ବ୍ରାଉନସୁଗାର ବେପାର ଚାଲୁଥିଲା । ଏହି ବ୍ରାଉନସୁଗାର ବେପାରୀଙ୍କୁ ଧରିବା ପାଇଁ କଟକ ଅବକାରୀ ବିଭାଗର ସ୍ୱତନ୍ତ୍ର ତିନିଟି ଟିମ ଜାଲ ବିଛାଇଥିଲେ । ବାଙ୍କୀ ହରିରାଜପୁର ଛକଠାରେ ପ୍ରଥମେ ନିଜେ ବେପାରୀ ହୋଇ କିଣିବା ପାଇଁ ଡିଲ୍ କରିଥିଲା ଅବକାରୀ ବିଭାଗର ଟିମ୍ ।

ଯାହା ପରେ ଅବକାରୀ ବିଭାଗର ଟିମ୍ ହରିରାଜପୁର ଗ୍ରାମର ଲଷ୍ମୀଧର ମହାନ୍ତିଙ୍କ ଠାରୁ ୧୧ ଲକ୍ଷ ୨୦ ହଜାର ଟଙ୍କା ମୂଲ୍ୟର ୧୧୨ ଗ୍ରାମର ବ୍ରାଉନ ସୁଗାର ଏବଂ ପରେ ଜାତମୁଣ୍ଡିଆ ଛକଠାରେ ଜିତେନ କୁମାର ନାୟକଙ୍କ ଠାରୁ ପ୍ରାୟ ୧୪ ଲକ୍ଷ ଟଙ୍କା ମୂଲ୍ୟର ୧୪୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଥିଲା । ଅବକାରୀ ଟିମ୍ ବାଇକ ଜବତ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏମାନେ ଦୀର୍ଘ ଦିନ ଧରି ବ୍ରାଉନସୁଗାର ବେପାର କରୁଥିବାରୁ ଅବକାରୀ ବିଭାଗର ନଜରରେ ଥିଲେ ।