କ୍ରିପ୍ଟୋରେ ପୁଞ୍ଜି ନିବେଶ ନାଁରେ ଠକେଇ ମାମଲା : ସଂସ୍ଥାର ଆନ୍ତଜାତୀୟ ମୁଖ୍ୟ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ

206

କନକ ବ୍ୟୁରୋ : କ୍ରିପ୍ଟୋରେ ପୁଞ୍ଜି ନିବେଶ ନାଁରେ ହଜାରେ କୋଟିରୁ ଅଧିକ ଟଙ୍କାର ଠକେଇ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ । ସଂସ୍ଥାର ଆନ୍ତଜାତୀୟ ମୁଖ୍ୟ ଡେଭିଡ ଗେଜ୍ ବିରୋଧରେ ଲୁକଆଉଟ୍ ସରକୁଲାର ଜାରି କଲା ବ୍ୟୁରୋ ଅଫ ଇମିଗ୍ରେସନ୍ ।

ଲୁକ୍ ଆଉଟ୍ ସରକୁଲାର ଜାରି କରିବକୁ ଅନୁରୋଧ କରିଥିଲା ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । କ୍ରିପ୍ଟୋରେ ପୁଞ୍ଜି ନିବେଶ ନାଁରେ ଲୋକଙ୍କୁ ଠକୁଥିଲା ଏହି ଏସଟିଏ ଟୋକେନ୍ ସଂସ୍ଥା । ପୂର୍ବରୁ ଏହି ସଂସ୍ଥାର ଭାରତ ମୁଖ୍ୟ, ଓଡ଼ିଶା ମୁଖ୍ୟ, ସୋସିଆଲ ମିଡ଼ିଆ ହେଡ଼ଙ୍କୁ ଗିରଫ କରିସାରିଛି ଇଓଡବ୍ଲ୍ୟୁ । ସମସ୍ତଙ୍କୁ ରିମାଣ୍ଡରେ ଆଣି ତଥ୍ୟ ବାହାର କରୁଛି ଅର୍ଥନୈତିକ ଅପରାଧିକ ଶାଖା ।