ଦିଗପହଣ୍ଡି ବସ୍ ଦୁର୍ଘଟଣା : ଗୋଟିଏ ଶ୍ମଶାନରେ ଜଳିଲା ୫ଜଣଙ୍କ ଜୁଇ; କାନ୍ଦବୋବାଳିରେ ଫାଟି ପଡିଲା ପରିବେଶ

84

କନକ ବ୍ୟୁରୋ : ଗୋଟିଏ ଶ୍ମଶାନରେ ଜଳିଲା ୫ ଜଣଙ୍କ ଜୁଇ । ଦିଗପହଣ୍ଡି ବସ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୁଜାଗଡ଼ ଗାଁର ୫ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ୫ ଜଣଙ୍କର ଏକାଠି ଅନ୍ତିମ ସଂସ୍କାର କରାଯାଇଛି । ମୃତକ ୫ ଜଣ ହେଲେ, ଶିବାନୀ ପ୍ରଧାନ ଓ ତାଙ୍କ ପୁଅ ଆଦ୍ୱିକ ପ୍ରଧାନ, ସୁଜ୍ଞାନୀ ପ୍ରଧାନ ଓ ତାଙ୍କ ପୁଅ ଦେବଂଶ ପ୍ରଧାନ ଏବଂ ସଞ୍ଜୟ ମେଦିନୀରାଏ । ଏହି ୫ ଜଣଙ୍କର ମୃତଦେହ ଗାଁରେ ପହଞ୍ଚିବା ପରେ ୩ଟି କୋକେଇରେ ଶ୍ମଶାନକୁ ଶବ ନିଆଯାଇଥିଲା । ଦୁଇଟି ଜୁଇରେ ଜଳିଥିଲା, ୫ଟି ମୃତଦେହ । ଗୋଟିଏ ଜୁଇରେ ଦୁଇ ବୋହୂ ଶିବାନୀ ଓ ସୁଜ୍ଞାନୀ ଏବଂ ତାଙ୍କ ଦୁଇ ପୁଅଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ସେହିପରି ଆଉ ଗୋଟିଏ ଜୁଇରେ ସଞ୍ଜୟ ମେଦିନୀରାଏଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।