ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର । ଟିକାର ପ୍ରତିିକୁଳ ପ୍ରଭାବ ପାଇଁ ସରକାର ଦାୟି ନୁହଁନ୍ତି ବୋଲି ସତ୍ୟପାଠରେ ଉଲ୍ଲେଖ

339

କନକ ବ୍ୟୁରୋ : କରୋନା ଟିକାରେ ହୋଇଥିବା ମୃତ୍ୟୁ ପ୍ରସଙ୍ଗ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । କରୋନା ଟିକା ଦ୍ୱାରା ହେଉଥିବା ମୃତ୍ୟୁ ପାଇଁ ସରକାର ଦାୟୀ ନୁହଁନ୍ତି ବୋଲି ସତ୍ୟପାଠରେ କୁହାଯାଇଛି । କରୋନା ଟିକା ଦ୍ୱାରା ହୋଇଥିବା କଥିତ ମୃତ୍ୟୁ ପାଇଁ କେନ୍ଦ୍ର ସରକାର ଦାୟିତ୍ୱ ନେବାକୁ ମନା କରି ଦେଇଛନ୍ତି । ସରକାର କହିଛନ୍ତି ମୃତକ ଓ ତାଙ୍କ ପରିବାର ପ୍ରତି ଆମର ସହାନୁଭୂତି ରହିଛି କିନ୍ତୁ ଟିକାକରଣ ପରେ କୌଣସି ପ୍ରତିକୂଳ ପରିସ୍ଥିତି ପାଇଁ ସରକାର ଦାୟୀ ନୁହଁନ୍ତି ।

୨୦୨୧ ମସିହାରେ ଦୁଇ ଝିଅଙ୍କ ମୃତ୍ୟୁ ଟିକା ନେବା ପରେ ହେବା ଯୋଗୁଁ ସେମାନଙ୍କ ବାପା ମା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମୃତ୍ୟୁ ମାମଲାର ନିରପେକ୍ଷ ଯାଂଚ ପାଇଁ ଆବେଦନରେ କୁହାଯାଇଥିଲା । ଏଥିସହ ଟିକାର ପାଶ୍ୱପ୍ରତିକ୍ରିୟା ହେବା ପୂର୍ବରୁ ଏହାକୁ ଚିହ୍ନଟ କରି ସେଥିରୁ ରକ୍ଷା ପାଇବା ପାଇଁ ଉପାୟ ଖୋଜିବା ଆବଶ୍ୟକ ଓ ଏହାର ପାଇଁ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ ଗଠନ ପାଇଁ ଆବେଦନରେ ଦାବି ହୋଇଥିଲା । ଏହି ଆବେଦନକୁ ଆଧାର କରି ସରକାରଙ୍କଠୁ ଜବାବ ମାଗିଥିଲେ ସୁପ୍ରିମକୋର୍ଟ । ଏହା ଉପରେ ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ କୋର୍ଟରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ତେବେ କୋର୍ଟ କହିଛନ୍ତି କି ମୃତ୍ୟୁ ମାମଲାରେ କ୍ଷତିପୂରଣ ପାଇଁ ସିଭିଲି କୋର୍ଟରେ ମକଦମା ଦାୟର କରି କ୍ଷତିପୁରଣ ମଗାଯାଇପାରେ    ।