ନବଦମ୍ପତିଙ୍କୁ ପରିବେଶ ସୁରକ୍ଷା ଚିନ୍ତା : ଫନିରେ ଉଜୁଡ଼ା ସବୁଜିମାକୁ ସଜାଡ଼ିବାକୁ ନିଆରା ପ୍ରୟାସ, ବିବାହ ଭୋଜିରେ ଅତିଥିଙ୍କୁ ବାଣ୍ଟିଲେ ଚାରା

185

କନକ ବ୍ୟୁରୋ : ନବଦମ୍ପତିଙ୍କୁ ପରିବେଶ ସୁରକ୍ଷା ଚିନ୍ତା । ସାମୁଦ୍ରକି ବାତ୍ୟା ଫନିର କରାଳ ରୂପରେ ଭାଙ୍ଗିଯାଇଛି ହଜାର ହଜାର ଗଛ । ଅତି ପ୍ରଳୟଙ୍କରୀ ବାତ୍ୟା ଫନି ଯୋଗୁଁ ପୁରୀ, ଭୁବନେଶ୍ବର, କଟକ ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ସବୁଜ ବଳୟ ଲୋପପ୍ରାୟ । ଅଧା ଓଡ଼ିଶାର ପୂର୍ବ ସୌନ୍ଦର୍ଯ୍ୟକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ପ୍ରାଣପଣେ ଉଦ୍ୟମ କରୁଥିଲେ ହେଁ ପୁର୍ବାବସ୍ଥାକୁ ଫେରିବା ପାଇଁ ପାଖାପାଖି ୨୦ ବର୍ଷ ଲାଗିଯିବ । ଫନି ପରେ ଧ୍ୱସ୍ତ ସବୁଜିମା ଚିନ୍ତାରେ ଅଛନ୍ତି ଅସ୍ତରଙ୍ଗର ହଳେ ନବଦମ୍ପତି ।

ଫନିର ତାଣ୍ଡବ ପରେ ପ୍ରକୃତି ତା’ର ପୂର୍ବ ରୂପ ହରାଇଛି । ଲୋକଙ୍କୁ ସଚେତନ କରିବା ପାଇଁ ଅସ୍ତରଙ୍ଗ ନିକଟସ୍ଥ ଡେରୁଣିଆ ଗ୍ରାମର ନବିଦମ୍ପତି ନୂଆ ପ୍ରୟାସ କରିଛନ୍ତି । ନୂଆ ବବାହ କରିଥିବା ଅଜିତ ଓ ଶୁଭଶ୍ରୀ ବିବାଦ ଭୋଜିିରେ ଆସିଥିବା ଅତିଥିଙ୍କୁ ଚାରା ବଂଟନ କରିଛନ୍ତି । ଉଜୁଡ଼ା ପରିବେଶକୁ ସଜାଡ଼ିବା ପାଇଁ ଆଗେଇ ଆସିଛନ୍ତି ନବଦମ୍ପତି । ବିବାହ ଭୋଜିରେ ଆସିଥିବା ଅତିଥିଙ୍କୁ ଚାରା ବାଂଟିବା ସହ ବାଡ଼ିରେ ଚାରା ଲଗାଇବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି । ନବଦମ୍ପତିଙ୍କ ଏହି ନିଆରା ବାର୍ତ୍ତା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଗତ ୩ ତାରିଖରେ ଆସିଥିବା ଫନି ଅଧା ଓଡ଼ିଶା ସମେତ ପୁରୀ ଜିଲ୍ଲାକୁ ଅଧିକ ଗ୍ରାସି ପକାଇଛି । ପୁରୀ ଆଖପାଖର ସବୁଜ ବଳୟ ଫନି ମାଡ଼ରେ ନିଶ୍ଚିହ୍ନ ହୋଇଯାଇଛି । ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ ଅନେକ ବର୍ଷ ଲାଗିଯିବ । ରାଜ୍ୟ ସରକାର ସବୁଜିମାର ପୁନରୁଦ୍ଧାର ପାଇଁ  ୧୮୮ କୋଟି ଟଙ୍କା ବ୍ୟୟ‌ ଅଟକଳରେ ଏକ ପାଞ୍ଚବର୍ଷିଆ କାର‌୍ୟ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି । ଚାରା ରୋପଣ ପାଇଁ ଅତ୍ୟାଧୁନିକ କୌଶଳ ଆପଣାଉଛନ୍ତି । ତେବେ ଲୋକେ ସଚେତନ ହେଲେ ପୂର୍ବାବସ୍ଥାକୁ ଫେରାଇ ଆଣିବା ସହଜ ହେବ ବୋଲି ଚିନତା କରି ଚାରା ବାଂଟି ସଚେତନା ସୃଷ୍ଟି କରିଛନ୍ତି ନବଦମ୍ପତି । ବିବାହଭୋଜିରେ ଅତିଥିଙ୍କୁ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ।