ଦେଶରେ ଆସିପାରେ କରୋନାର ବଡ଼ ଲହର: ଜାତୀୟ ଗଣମାଧ୍ୟମର ରିପୋର୍ଟ କହିଲା ପ୍ରତିଦିନ ୧୫ ଲକ୍ଷରୁ ଅଧିକ ହୋଇପାରେ ସଂକ୍ରମଣ

184

କନକ ବ୍ୟୁରୋ: ଦେଶରେ କରୋନା ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ୯ ହଜାରରୁ ଭାରତରେ ସଂକ୍ରମଣ ବଢ଼ି ୩୩ ହଜାରରେ ପହଂଚିଲାଣି । ଆଉ ଏହି ସଂଖ୍ୟା ଆଗାମୀ ଦିନରେ ଆହୁରି ବଢ଼ିପାରେ ବୋଲି ଅନେକ ଡାକ୍ତର, ବିଶେଷଜ୍ଞ ଓ ବିଭିନ୍ନ ପ୍ରକାର ମଡେଲ କହିଛନ୍ତି । କିନ୍ତୁ ଏସବୁ ଭିତରେ ଏନଡିଟିଭିର ଏକ ରିପୋର୍ଟ ପ୍ରକାଶ ପାଇଛି ।

ଏହି ରିପୋର୍ଟ ବିଭିନ୍ନ ତଥ୍ୟ, ମଡେଲ ଓ ବିଭିନ୍ନ ସର୍ଭେକୁ ଆଧାର କରି କହିଛି ଭାରତରେ ସଂକ୍ରମଣ ଦୈନିକ ୧୫ ଲକ୍ଷରୁ ଉର୍ଦ୍ଧ ହେବ । ଆଉ ଦୈନକ ୬୦ ହଜାର ରୋଗୀ ମେଡିକାଲ ବେଡ ଆବଶ୍ୟକ କରିବେ । ତେଣୁ ହସ୍ପିଟାଲ ଉପରେ ବଡ଼ ଚାପ ପଡ଼ିବ । କିନ୍ତୁ ପୂର୍ବରୁ ନୀତି ଆୟୋଗ ସଦସ୍ୟ ଭିକେ ପଲ ଡିସେମ୍ବର ୧୮ ତାରିଖରେ କହିଥିଲେ ଆମେରିକା, ୟୁକେରେ ସଂକ୍ରମଣ ଯେଉଁ ଅନୁପାତରେ ବଢ଼ୁଛି ଭାରତରେ ସଂକ୍ରମଣ ବଢ଼ିଲେ ଦୈନିକ ୧୪ ଲକ୍ଷ ହେବ ବୋଲି କହିଥିଲେ ।