ଆସନ୍ତା ମାସରୁ ଭାରତରେ ପ୍ରସ୍ତୁତ ହେବ ସ୍ପୁଟନିକ-ଭି ଟିକାର ସିଙ୍ଗଲ ଡୋଜ, ୭୫୦ ଟଙ୍କାରେ ବଜାରରେ ହେବ ଉପଲବ୍ଧ

87

କନକ ବ୍ୟୁରୋ : କରୋନା ବିରୋଧ ଲଢେଇରେ ଚାଲିଥିବା ଟିକାକରଣ ଅଭିଯାନରେ ଖୁବଶୀଘ୍ର ସାମିଲ ହୋଇପାରେ ସ୍ପୁଟନିକ-ଭି ର ସିଙ୍ଗଲ ଡୋଜ । ଏହି ଟିକାର ଉତ୍ପାଦନ ସେପ୍ଟେମ୍ବର ମାସଠାରୁ ଭାରତରେ ହେବ ବୋଲି ଆଶା କରାଯାଇଛି । ଲୋକମାନଙ୍କୁ ଏହି ଟିକା ୭୫୦ ଟଙ୍କା ମୂଲ୍ୟରେ ମିଳିବ ବୋଲି କୁହାଯାଇଛି ।

କରୋନା ବିରୋଧ ଲଢେଇରେ ଖୁବଶୀଘ୍ର ସ୍ପୁଟନିକ-ଭି ର ସିଙ୍ଗଲ ଡୋଜ ଟିକା ଭାଗିଦାରୀ ହେବ । ଯଦି ସବୁକିଛି ଠିକ ଠାକ ଚାଲେ ତେବେ ସ୍ପୁଟନିକ ଲାଇଟ ଟିକା ସେପ୍ଟେମ୍ବର ମାସରୁ ଭାରତରେ ଉତ୍ପାଦନ ହେବ । ଭାରତରେ ଏହାର ଉତ୍ପାଦନ କରିବାକୁ ଥିବା ଫାର୍ମସ୍ୟୁଟିକାଲ କମ୍ପାନୀ ପନେସିୟା ବାୟୋଟେକ ଏନେଇ ଡ୍ରଗ୍ସ ରେଗୁଲେଟରଙ୍କ ଠାରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଆବେଦନ କରିଛି ।

କହିରଖୁ କି ପନେସିୟା ଓ ରଶିୟାନ ଡାଇରେକ୍ଟ ଇନଭେଷ୍ଟମେଣ୍ଟଫଣ୍ଡ ମଧ୍ୟରେ ପ୍ରଥମରୁ ଚୁକ୍ତିନାମା ସ୍ୱାକ୍ଷରିତ ହୋଇ ସାରିଛି । ଜୁଲାଇ ମାସରେ ପନେସିୟା ବାୟୋଟେକର ସ୍ପୁଟନିକ୍ ଲାଇଟକୁ ଲାଇସେନ୍ସ ମିଳି ସାରିଛି । ହିମାଚଳ ପ୍ରଦେଶର ବର୍ଦ୍ଦିସ୍ଥିତ ପ୍ଲାଣ୍ଟରେ ଏହି ଟକା ପ୍ରସ୍ତୁତ କରାଯାଇଥିଲା । ଗୁଣବତ୍ତା ପରୀକ୍ଷାରେ ଏହା ସଫଳ ହୋଇଛି । ଏହାସହ କେନ୍ଦ୍ରୀୟ ଡ୍ରଗ ଲାବୋରେଟେରୀ ବି ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏବେ ଯଦି ଡ୍ରଗ୍ସ ରେଗୁଲେଟର ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିବେ ତେବେ ପନେସିୟା ବାୟୋଟେକ ପ୍ରତିବର୍ଷ ୧୦ କୋଟି ଟିକା ଉତ୍ପାଦନ କରିବା ଆରମ୍ଭ କରିବ ।