ପବଜି ଖେଳ ପାଇଁ ବାଜି ଲାଗିଲା ଜୀବନ । ଆତ୍ମହତ୍ୟା କଲେ କଂଗ୍ରେସ ନେତାଙ୍କ ପୁଅ

247

କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ରବିବାର ଏକ ଦୁଃଖ ଘଟଣା ଘଟିଛି । ଅନଲାଇନ୍ ପବଜି ଗେମରେ ହାରିବା ପରେ ସାଙ୍ଗମାନଙ୍କ ଥଟ୍ଟାଟାପରା ସହିନପାରି ଆତ୍ମହତ୍ୟା କରିଛନ୍ତି ୧୬ ବର୍ଷୀୟ ନାବାଳକ । ସେ ହେଉଛନ୍ତି ମଛଲିପଟନମର କଂଗ୍ରେସ ନେତା ଶାନ୍ତିରାଜଙ୍କ ପୁଅ ବୋଲି ଜଣାପଡିଛି ।

ନାବାଳକ ଅନେକ ସମୟରେ ସାଙ୍ଗମାନଙ୍କ ସହ ପବଜି ଖେଳୁଥିଲେ । ରବିବାର ଗେମ୍ ଖେଳୁଥିବା ବେଳେ ସେ ହାରିଯାଇଥିଲେ । ସାଙ୍ଗମାନେ ଥଟ୍ଟା କରିବାରୁ ଘରେ ଲାଗିଥିବା ଫ୍ୟାନରେ ରଶି ଲଗାଇ ଝୁଲିପଡିଥିଲେ । ପୋଲିସ ଏଥିରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।