ପରାଜୟ ପାଇଁ ଇଭିଏମକୁ ଦାୟୀ କଲେ କଂଗ୍ରେସ ନେତା । କହିଲେ, ନିଜ ଅଞ୍ଚଳରେ ଜଣେ ପ୍ରାର୍ଥୀ ମାତ୍ର ୫୦ ଖଣ୍ଡ ଭୋଟ୍ ପାଇବା ଅସମ୍ଭବ  । 

276

କନକ ବ୍ୟୁରୋ: ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନରେ କଂଗ୍ରେସ ପରାଜିତ ହୋଇଛି । ବିଧାନସଭା ନିର୍ବାଚନରେ ହାରିବା ପରେ ଇଭିଏମ୍ ମେସିନକୁ ଦାୟୀ କରିଛି କଂଗ୍ରେସ । ପ୍ରଥମେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଓ ପରେ କମଲନାଥ ପରାଜୟ ପାଇଁ ଇଭିଏମ୍ ମେସିନକୁ ଦାୟୀ କରିଛନ୍ତି ।

ପ୍ରଥମେ ଦିଗବିଜୟ କହିଛନ୍ତି ଚିପ୍ ଥିବା ଯେକୌଣସି ମେସିନ୍ ହ୍ୟାକ୍ ହୋଇପାରେ ଏବଂ ୨୦୦୩ ମସିହାରୁ ସେ ଇଭିଏମ୍ ଭୋଟଦାନ ପ୍ରକ୍ରିୟାକୁ ବିରୋଧ କରି ଆସୁଛନ୍ତି । ସେପଟେ କିଭଳି ଜଣେ ପ୍ରାର୍ଥୀ ମାତ୍ର ୫୦ ଖଣ୍ଡ ଭୋଟ୍ ନିଜ ଗାଁରୁ ପାଇବେ, ସେନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା କମଲନାଥ । କଂଗ୍ରେସର ଏଭଳି ଅଭିଯୋଗର ଜବାବ ରଖିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି, ପରାଜୟର ସମ୍ମୁଖୀନ ହେବା ପରେ ହିଁ ଏଭଳି ଅଭିଯୋଗ ଆସିଥାଏ । କର୍ଣ୍ଣାଟକ, ହିମାଚଳପ୍ରଦେଶ ଓ ତେଲେଙ୍ଗାନାରେ କଂଗ୍ରେସ ବିଜୟ ପାଇବା ପରେ କାହିଁକି ଏଭଳି ଅଭିଯୋଗ ଆଣି ନାହିଁ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।