କେରଳ କଂଗ୍ରେସକୁ ବଡ ଝଟକା, ଦଳ ଛାଡି ବିଜେପିରେ ଯୋଗଦେଲେ ଏ.କେ ଆଣ୍ଟୋନିଙ୍କ ପୁଅ

156

କନକ ବ୍ୟୁରୋ : କେରଳ କଂଗ୍ରେସକୁ ବଡ ଝଟକା ଲାଗିଛି । ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ.କେ ଆଣ୍ଟୋନିଙ୍କ ପୁଅ ଅନୀଲ ଆଣ୍ଟୋନି ଗୁରୁବାର ଦିନ ବିଜେପିରେ ଯୋଗ ଦେଇଛନ୍ତି । କେରଳ କଂଗ୍ରେସର ସୋସିଆଲ ମିଡିଆ ପୂର୍ବ ସଂଯୋଜକ ଅନୀଲ ଆଣ୍ଟୋନୀ ଗୁରୁବାର ଦିନ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ, ବି ମୂରଲୀଧରନ ଓ କେରଳ ବିଜେପି ଅଧ୍ୟକ୍ଷ କେ.ସୁରେନ୍ଦ୍ରନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ।

ସୂଚନା ଥାଉକି ୨୦୦୨ ଗୁଜରାଟ ଦଙ୍ଗା ଓ ବିବିସି ଡକ୍ୟୁମେଣ୍ଟାରୀ ବିବାଦକୁ ନେଇ ଅନୀଲ ଆଣ୍ଟୋନୀ ଜାନୁଆରୀ ମାସରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଦୀର୍ଘଦିନର ନିରବତା ପରେ ସେ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଅନୀଲ ଆଣ୍ଟୋନୀଙ୍କ ପିତା ଏ.କେ ଆଣ୍ଟୋନୀ କଂଗ୍ରେସ ସରକାର ସମୟରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ଭାବେ ଦାୟୀତ୍ୱ ତୁଲାଇଥିଲେ । ତାହା ପୂର୍ବରୁ ସେ କେରଳର ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।