୩ ରାଜ୍ୟ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କେଉଁଠୁ ଲଢିବେ କିଏ?

169

କନକ ବ୍ୟୁରୋ: ବିଧାନସଭା ନିର୍ବାଚନ ପାଇଁ ମଧ୍ୟପ୍ରଦେଶ, ଛତିଶଗଡ, ଓ ତେଲେଙ୍ଗାନା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ମଧ୍ୟପ୍ରଦେଶର ୧୪୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ରାଜ୍ୟ ପିସିସି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଛିନ୍ଦୱାଡା ଆସନରୁ ଲଢିବେ । ସେହିପରି ଛତିଶଗଡର ୩୦ ବିଧାନସଭା ଆସନ ଓ ତେଲେଙ୍ଗାନାର ୫୫ ବିଧାନସଭା ଆସନ ପାଇଁ କଂଗ୍ରେସ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ପାଟନା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବାବେଳେ ଉପମୁଖ୍ୟମନ୍ତ୍ରୀ ଟିଏସ୍ ସିଂହଦେଓ ଅମ୍ବିକାପୁରୀରୁ ପ୍ରାର୍ଥୀ ହେବେ ବୋଲି ଦଳ ଘୋଷଣା କରିଛି । ତେଲେଙ୍ଗାନାର ପିସିସି ସଭାପତି ରେଭେନ୍ତ ରେଡ୍ଡି କୋଡେଙ୍ଗା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ।