ରାଜ୍ୟରେ ହନୁମାନ ଜୟନ୍ତୀ ପାଳନକୁ ନେଇ ଦ୍ୱନ୍ଦ୍ୱ । ମୁକ୍ତିମଣ୍ଡପ ପଣ୍ଡିତ କହିଲେ, ୧୪ ତାରିଖ ପଣା ସଂକ୍ରାନ୍ତିରେ ଓଡ଼ିଶାରେ ହେବ ମହାବୀର ଜୟନ୍ତୀ

548

କନକ ବ୍ୟୁରୋ: ଆଜି ସାରା ଦେଶରେ ହନୁମାନ ଜୟନ୍ତୀ ପାଳନ ହେଉଛି । ହେଲେ ଓଡ଼ିଶାରେ ଏହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ଆଜି ଓଡ଼ିଶାରେ ମହାବୀର ଜୟନ୍ତୀ ପାଳନ ହେବ କି ନାହିଁ, ଏହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ଯେହେତୁ ସାରା ଦେଶରେ ପାଳନ ହେଉଛି, ତେଣୁ କିଛି ଯୁକ୍ତି ବାଢ଼ୁଛନ୍ତି ଯେ, ଆଜି ମହାବୀର ଜୟନ୍ତୀ ପାଳନ ହେବା ଦରକାର । ଅନ୍ୟପଟେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ କହିଛନ୍ତି ଯେ, ପଣା ସଂକ୍ରାନ୍ତିରେ ମହାବୀର ଜୟନ୍ତୀ ପାଳନ ହୁଏ । ୧୪ ତାରିଖରେ ପଣା ସଂକ୍ରାନ୍ତି ଦିନ ମହାବୀର ଜୟନ୍ତୀ ପାଳନ କରାଯିବାକୁ ମୁକ୍ତିମଣ୍ଡପ ପଣ୍ଡିତ କହିଛନ୍ତି ।