ଆଜି ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ : ଏୟାରପୋର୍ଟରୁ ନବୀନ ନିବାସ ଓ ପରେ କଟକ ଅଭିମୁଖେ କରିବେ ଯାତ୍ରା

143

କନକ ବ୍ୟୁରୋ : ନୀତି ଆୟୋଗ ବୈଠକରେ ଯୋଗଦେବାକୁ ଦିଲ୍ଲୀ ଯାଇଥିବା ମୁଖ୍ୟମନ୍ତ୍ରୀ ଆଜି ଓଡ଼ିଶା ଫେରିବେ । ଏୟାରପୋର୍ଟରୁ ନବୀନ ନିବାସ ଓ ପରେ କଟକ ଅଭିମୁଖେ ଯାତ୍ରା କରିବେ । ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହି କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ କଟକ ଯିବେ । ବାଲିଯାତ୍ରା ଉପର ପଡ଼ିଆରେ ହେଲିପ୍ୟାଡ୍ ପ୍ରସ୍ତୁତ ହୋଇଛି । ହେଲିପ୍ୟାଡରୁ ଇନଡୋର ଷ୍ଟାଡିୟମ୍ ପର୍ଯ୍ୟନ୍ତ ସେ କାରରେ ଯିବେ । ପ୍ରାୟ ଦେଢ ହଜାର ବିଜେଡି କର୍ମୀ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହା ବାଦ୍ ଦଳ ମଧ୍ୟ ୧୦ ହଜାର କର୍ମୀଙ୍କୁ କଟକ ଆଣିବା ପାଇଁ ଯୋଜନା କରିଛି ।