ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କଲେ ଖୋଦ୍ ମୁଖ୍ୟମନ୍ତ୍ରୀ । ନିଜେ ବୋଟ ନେଇ ବିଭିନ୍ନ ଗାଁକୁ ଗଲେ, ସ୍ଥିତି ପରଖିଲେ ଭଗୱନ୍ତ ମାନ୍

226

କନକ ବ୍ୟୁରୋ: ପଞ୍ଜାବରେ ବନ୍ୟାର ସ୍ଥିତି ଭୀଷଣ ହୋଇଛି । ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ୍ ନିଜେ ବୋଟ୍ ନେଇ ଯାଇ ହୋସିଆରପୁରରେ ପହଞ୍ଚିଥିଲେ । ସେଠିକାର ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କରିଥିଲେ ।

ମୁଖ୍ୟମନ୍ତ୍ରୀ ମାନ ବନ୍ୟା ପରିସ୍ଥିତି ସର୍ବେକ୍ଷଣ କରୁଥିବା ବେଳେ ଗୋଟାଏ ଅଧା-ବୁଡ଼ା ବାସଭବନର ଛାତ ଉପରେ ଉକ୍ତ ପରିବାରର ସଦସ୍ୟମାନେ ବସିଥିବା ଦେଖିଥିଲେ। ସରକାରୀ ଅଧିକାରୀମାନେ କହିଛନ୍ତି, ରବର ବୋଟରେ ବସି ବନ୍ୟାଞ୍ଚଳ ସର୍ବେକ୍ଷଣ କରୁଥିବା ମୁଖ୍ୟମନ୍ତ୍ରୀ ମାନ୍‌ ସେଆଡ଼କୁ ବୋଟ୍‌ ନେଇଯିବାକୁ ଉଦ୍ଧାରକାରୀମାନ‌ଙ୍କୁ ନିର୍ଦେଶ ଦେଲେ। ତା’ପରେ ଛାତ ଉପରୁ ସେ ପରିବାରର ସଦସ୍ୟମାନଙ୍କୁ ଓହ୍ଲାଇ ଆଣି ନିଜେ ବସିଥିବା ବୋଟ୍‌ରେ ବସାଇଲେ।

ପଞ୍ଜାବର ହୋସିଆର୍‌ପୁର, ଗୁରୁଦାସପୁର ଓ ରୂପନଗର ଆଦି ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ୟ୍ୟ ନିମନ୍ତେ ‘ନ୍ୟାସ୍‌ନାଲ୍‌ ଡିଜାଷ୍ଟର୍‌ ରେସପନ୍ସ ଫୋର୍ସ’, ସେନା ଓ ସୀମା ସୁରକ୍ଷା ବଳଙ୍କୁ ନିୟୋଜିତ କରାଯାଇଛି। ଭାକ୍ରା ଓ ପୋଙ୍ଗ୍‌ ଜଳଭଣ୍ଡାକୁ ପ୍ରବେଶ କରିଥିବା ମାତ୍ରାଧିକ ଜଳ ନିଷ୍କାସନ କରାଯିବାରୁ ଉପରୋକ୍ତ ୩ ଜିଲ୍ଲାର ଅଧିକାଂଶ ଅଞ୍ଚଳ ବନ୍ୟାରେ ବୁଡିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।