ଖବରକାଗଜରେ ବିଜ୍ଞାପନ : ଚର୍ଚ୍ଚାରେ ରାଜସ୍ଥାନ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନା; ମାଗଣାରେ ୧ କୋଟି ପରିବାରକୁ ବାଣ୍ଟିବେ …

315

କନକ ବ୍ୟୁରୋ : ଚର୍ଚ୍ଚାରେ ରାଜସ୍ଥାନ ସରକାରଙ୍କ ବିଜ୍ଞାପନ । ରାଜ୍ୟରେ ମାଗଣା ରାସନ ଯୋଜନାକୁ ନେଇ ଆଞ୍ଚଳିକ ଖବର କାଗଜରେ ସ୍ଥାନ ପାଇଛି ବଡ ବଡ ବିଜ୍ଞାପନ । ୧୫ ଅଗଷ୍ଟରୁ ରାଜସ୍ଥାନ ସରକାର ଆରମ୍ଭ କରିଛନ୍ତି ମାଗଣା ରାସନ ଯୋଜନା । ଅନ୍ନପୂର୍ଣ୍ଣା ରାସନ୍ ପ୍ୟାକେଟ୍ ଜରିଆରେ ରାଜ୍ୟର ୧ କୋଟି ପରିବାରକୁ ମାଗଣା ରାସନ୍ ଯୋଗାଇ ଦିଆଯିବ ।

ଚାଉଳ, ଡାଲି, ତେଲ, ଲୁଣ ଓ ମସଲାର ପ୍ୟାକେଟ୍ ରାଜ୍ୟର ୧ କୋଟି ପରିବାରକୁ ବାଣ୍ଟିବ ଗେହଲଟ ସରକାର । ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଗେହଲଟ ସରକାର ଏଭଳି ମାଗଣା ଯୋଜନା ଆରମ୍ଭ କରିଛନ୍ତି । ସେହିପରି ମାଗଣା ମୋବାଇଲ୍ ଫୋନ୍ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି ଗେହଲଟ ସରକାର । ସେପଟେ ମାଗଣା ସ୍କିମ୍ ଯୋଜନାକୁ ସବୁବେଳେ ସମାଲୋଚନା କରି ଆସିଛି ବିଜେପି । ପୂର୍ବରୁ ମାଗଣା ବଣ୍ଟାକୁ ରାବିଡି ସଂସ୍କୃତି କହି ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।