ପ୍ରକାଶ ପାଇଲା ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ : ରିଷି, ସାଇ, ଶ୍ରୀଧର, ଆଶୁତୋଷ ଟପର୍‌

149

କନକ ବ୍ୟୁରୋ : ପ୍ରକାଶ ପାଇଲା ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ । ଆଇସିଏସଇ ପରୀକ୍ଷାଫଳକୁ ଏଥର ନୂତନ ପଦ୍ଧତିରେ ମୂଲ୍ୟାୟନ କରାଯାଇଛି । ବର୍ଷରେ ହୋଇଥିବା ପ୍ରତ୍ୟେକ ପରୀକ୍ଷାକୁ ଆଇସିଏସଇ ସମାନ ଗୁରୁତ୍ୱ ଦେଇଛି । ଗୋଟିଏ ବର୍ଷରେ ଚାରୋଟି ଟର୍ମ ପରୀକ୍ଷା ହୋଇଥିଲା । ଏବଂ ସମସ୍ତ ପରୀକ୍ଷାର ହାରାହାରିକୁ ଦେଖି ଚୂଡାନ୍ତ ପରୀକ୍ଷା ଫଳ ଘୋଷଣା ହୋଇଛି । କୋଭିଡ ପରେ ପରୀକ୍ଷା ନିୟମ ପରିବର୍ତନ କରିଥିଲା ଆଇସିଏସଇ ।

ଜୁଲାଇ ୬ରେ ଓଡିଆ ମାଧ୍ୟମିକ ଶିକ୍ଷାପରିଷଦର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏହାପରେ ଆଇସିଏସଇ ନିଜର ବୋର୍ଡ ପରୀକ୍ଷା ଫଳ ପ୍ରକାଶ କରିଛି । ଏବେ ଅପେକ୍ଷା ସିବିଏସଇ ବୋର୍ଡ ପରୀକ୍ଷା ଫଳାଫଳକୁ । ଆଇସିଏସଇ ପରୀକ୍ଷାରେ ସର୍ବାଧିକ ୯୯.୨୦ ପ୍ରତିଶତ ନମ୍ବର ରଖି ଏକ ନମ୍ବର ରାଙ୍କ ରଖିଛନ୍ତି କଟକର ରିଶି ଶତପଥୀ । ରିଷି କହିଛନ୍ତି ତାଙ୍କ ସଫଳତା ପାଇଁ ସେ ଖୁସି ଅଛନ୍ତି । କିନ୍ତୁ ଯେଉଁମାନେ ଅସଫଳ ହେଲେ ସେମାନେ ଧର୍ଯ୍ୟ ନ ହରାଇ ପରିଶ୍ରମ କରିବା ଜାରି ରଖନ୍ତୁ । ନିଜ ସଫଳତାର ଶ୍ରେୟ ବାପା ମା ଓ ଶିକ୍ଷକମାନଙ୍କୁ ଦେଇଛନ୍ତି ରିଷି ।

ଦେଶର ଟପ୍‌ ୩ତାଲିକାରେ କୌଣସି ଓଡ଼ିଆ ନ ଥିବା ବେଳେ ସମାନ ନମ୍ବର ରଖି ୪ଜଣ ପରୀକ୍ଷାର୍ଥୀ ଓଡ଼ିଶା ଟପର୍‌ ହୋଇଛନ୍ତି । ସେମାନେ ହେଲେ କଟକସ୍ଥିତ ଏସ୍‌ସିବି ମେଡିକାଲ ପବ୍ଲିକ ସ୍କୁଲର ଋଷି ସାଗର ଶତପଥୀ, ରାଉରକେଲା ସେକ୍ଟର ୨୦ସ୍ଥିତ ଇସ୍ପାତ ଇଂରାଜୀ ମାଧ୍ୟମ ସ୍କୁଲର ସାଇ କ୍ରିଷ୍ଣ‌ା ପଣ୍ଡା, ଭୁବନେଶ୍ବରସ୍ଥିତ ସେଣ୍ଟ ଜୋସେଫ୍‌ ହାଇସ୍କୁଲର ଶ୍ରୀଧର ବାରିକ୍‌ ଓ କେନ୍ଦୁଝରସ୍ଥିତ ନିର୍ମଳା କନ୍‌ଭେଣ୍ଟର ଆଶୁତୋଷ ଦେବପ୍ରିୟମ୍‌ ନାୟକ । ସମସ୍ତ ୪ଜଣ ଯାକ ପରୀକ୍ଷାର୍ଥୀ ୯୯.୨୦% ମାର୍କ ରଖିଛନ୍ତି । ଅନୁସୂଚିତ ଜାତି ବର୍ଗର ୫୫୪ ଓ ଅନୁସୂଚିତ ଜନଜାତି ବର୍ଗର ୮୭୨ ଜଣ ପରୀକ୍ଷାର୍ଥୀ ସଫଳତାର ସହ ପାସ୍‌ କରିଛନ୍ତି । ଅନ୍ୟାନ୍ୟ ପଛୁଆ ବର୍ଗର ସମସ୍ତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି ।