ସରକାରୀ ବାବୁଙ୍କ ପ୍ରଶଂସନୀୟ କାମ। ନଦୀ ନାଳ ପାହାଡ ଦେଇ ଚାଲିଚାଲି ଅପହଂଚ ଇଲାକାରେ ପହଞ୍ଚିଲେ ଚିତ୍ରକୋଣ୍ଡା ବିଡିଓ

ପଂଚାୟତବାସୀଙ୍କ ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶୁତି

258

କନକ ବ୍ୟୁରୋ: ଗତକାଲି ଜଣେ ସରକାରୀ କର୍ମଚାରୀଙ୍କ କାମକୁ ନେଇ ବିବାଦ ହୋଇଥିବା ବେଳେ ଆଜି ଆଉ ଜଣେ ସରକାରୀ ବାବୁଙ୍କ କାମ ଉଦାହରଣ ସୃଷ୍ଟି କରିଛି । ଅପହଂଚ ଇଲାକାର ଲାଲ କରିଡରରେ ପହଂଚିଛନ୍ତି ସରକାରୀ ବାବୁ । ଅପହଂଚ ଧୂଳିପୁଟ ପଂଚାୟତରେ ପହଂଚିଛନ୍ତି ଚିତ୍ରକୋଣ୍ଡା ବିଡିଓ ।

ପ୍ରାୟ ୮ରୁ ୧୦ କିଲୋମିଟର ନଦୀ ନାଳ ଓ ଘାଟି ପାହାଡ ରାସ୍ତା ପାର ହୋଇ ସେଠାରେ ପହଂଚିଥିଲେ ବିଡିଓ ଲରେମୋହନ କରସେଲ । ପଂଚାୟତବାସୀଙ୍କ ସହ ସମସ୍ତ ସମସ୍ୟାର ଆଲୋଚନା କରି ପ୍ରଥମେ ଗାଁକୁ ରାସ୍ତା ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ ।

ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ଆର ଭିନିଲ କ୍ରିଷ୍ଣାଙ୍କ ଅପହରଣ ପରେ ଏହି ଅଂଚଳରେ କୌଣସି ସରକାରୀ ଅଧିକାରୀ ଆଉ ଆସିନଥିଲେ । ନକ୍ସଲ ଭୟରେ ଏହି ଅଂଚଳକୁ କେହି ଆସୁ ନଥିବା ବେଳେ ଏହି ଅଂଚଳକୁ ଲରେମୋହନ ପହଂଚି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।