କଲମା ବ୍ୟାରେଜ୍ ଖୋଲିଲା ୨୦ ଗେଟ୍ : ଓଡିଶା ସୀମାନ୍ତ ଗାଁରେ ହସର ଲହରୀ; ଖୁସିରେ ପାଣିରେ ଖେଳକୁଦ କଲେ ପିଲା, ବର୍ଷ ବର୍ଷ ଧରି ଖରାଦିନେ ପାଉନଥିଲେ ପାଣି

326

କନକ ବୁରୋ : ଛତିଶଗଡ କଲମା ବ୍ୟାରେଜରୁ ପ୍ରାୟ ୨୦ଟି ଗେଟ୍ ୩ ଦିନ ତଳେ ଖୋଲିଥିଲା । ଯାହାପରେ ଓଡିଶା ସୀମାନ୍ତରେ ଥିବା ବରଗଡ ଜିଲ୍ଲାର ଚିକିଲି ଗାଁ ସହ ୪୦ ରୁ ଅଧିକା ଗାଁର ଲୋକଙ୍କ ମୁଁହରେ ଦୀର୍ଘ ଦିନ ପରେ ହସ ଫୁଟିଛି । ଛୋଟପିଲାମାନେ ପାଖରେ ପାଣି ପିଇ ଖୁସିରେ ନାଚି ଉଠିଛନ୍ତି । ଗୀଷ୍ମ ମାସରେ ଛତିଶଗଡ ପାଣି ଅଟକାଇ ରଖୁଥିବାରୁ ପାଣି ବୁନ୍ଦାଏ ପାଇବା ପାଇଁ ତଳିଆ ଅଞ୍ଚଳର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ଏବେ ପାଣି ଆସିବା ପରେ ଚାଷବାସ କରି ପରିବାର ପ୍ରତିପୋଷଣ କରୁଥିବା ମତ୍ସ୍ୟଜୀବୀ ପରିବାର ମଧ୍ୟ ବେଶ ଖୁସିିପ୍ରକଟ କରିଛନ୍ତି ।

ବର୍ଷା ଦିନେ କଲମା ବ୍ୟାରେଜର ୬୪ ଗେଟ୍ ରୁ ୫୦ ଗେଟ୍ ଛତିଶଗଡ ଖୋଲୁଛି । ଯାହାଫଳରେ ୨୫ ଖଣ୍ଡ ଗାଁ ଜଳମଗ୍ନ ହୋଇ ବନ୍ୟା ପରିସ୍ଥିତି ଉପୁଜିଥାଏ । କିନ୍ତୁ ଖରାଦିନେ ସବୁ ଗେଟ୍ ବନ୍ଦ କରିଦେଉଥିବା ନେଇ ଗ୍ରାମବାସୀ ଛତିଶଗଡ ବିରୋଧରେ ଅଭିଯୋଗ ଆଣିଛନ୍ତି ତଳିଆ ଅଞ୍ଚଳବାସୀ । ପ୍ରାୟ ଗୋଟିଏ ବର୍ଷ ଧରି ଛତିଶଗଡ ଗେଟ ବନ୍ଦ କରିରଖିଥିବାରୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବା ଅଂଚଳବାସୀ କହିଛନ୍ତି । ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏହିପରି ମହାନଦୀରେ ପାଣି ଆସିଲେ ଯାଇ ଜୀବୀକା ବଂଚିପାରନ୍ତା ବୋଲି କହିଛନ୍ତି ଅଞ୍ଚଳବାସୀ ।