ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ପ୍ରତିଷ୍ଠା ହେବ ରୁପା ପାଦୁକା : ଭଗବାନ ଶ୍ରୀରାମଙ୍କ ପାଇଁ ୮ କିଲୋ ରୁପାରେ ପ୍ରସ୍ତୁତ କରାଯାଇଛି କଠଉ

183

କନକ ବ୍ୟୁରୋ : ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ପ୍ରତିଷ୍ଠା ହେବ ରୁପା ପାଦୁକା । ଭଗବାନ ଶ୍ରୀରାମଙ୍କ ପାଇଁ ୮ କିଲୋ ରୁପାରେ ପ୍ରସ୍ତୁତ କରାଯାଇଛି କଠଉ । ହାଇଦ୍ରାବାଦର ଜଣେ ଭକ୍ତ ଏହାକୁ ନିର୍ମାଣ କରିଥିବା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୂଜା କରିବାକୁ ପୁରୀ ଆସିଛନ୍ତି । ଅଯୋଧ୍ୟାର ସ୍ୱତନ୍ତ୍ର କୁଶଳୀ କାରିଗରମାନଙ୍କ ଦ୍ୱାରା ଏହି କଠଉ ପ୍ରସ୍ତୁତ କରାଯାଇଛି ।

ହାଇଦ୍ରାବାଦର ଏହି ଭକ୍ତ ଜଣଙ୍କ ହେଉଛି ଶ୍ରୀନିବାସ ଶାସ୍ତ୍ରୀ । ଗୁରୁବାର ଅପରାହ୍ଣରେ ପୁରୀ ଆସି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପାଦୂକା ପୂଜା କରିଛନ୍ତି । ରୂପାର କଠଉରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଚିହ୍ନ ସହ ନଖରେ ବିଭିନ୍ନ ପ୍ରକାରର ମୂଲ୍ୟବାନ ପଥର ଲଗାଯାଇଛି । ଦେଶର ବିଭିନ୍ନ ତିର୍ଥସ୍ଥଳୀ ବୁଲି ଠାକୁରଙ୍କ ନିକଟରେ ପାଦୁକ ପୂଜା କରୁଥିବା କହିଛନ୍ତି ଶାସ୍ତ୍ରୀ ।