ଥାନା ଭିତରେ ଲାଞ୍ଚନେବା ଘଟଣା : ନିଲମ୍ବିତ ହେଲେ ଚାନ୍ଦିପୁର ଥାନା ଏଏସଆଇ, ଆଇଆଇସିଙ୍କ କଥା ବିଚାର କରିବେ ଡିଜି

399

କନକ ବ୍ୟୁରୋ: ଚାନ୍ଦିପୁର ଥାନା ଏଏସଆଇ ପ୍ରଦୀପ କୁମାର ନିଲମ୍ବିତ ହୋଇଛନ୍ତି । ତାଙ୍କୁ ବାଲେଶ୍ୱର ଏସପି ନିଲମ୍ବନ କରିଛନ୍ତି । ସେପଟେ ଏହି ମାମଲାରେ ଆଇଆଇସି ଗଣେଷ ପ୍ରଧାନଙ୍କ ହାତ ଥିବା କଥା କୁହାଯାଉଛି । ତାଙ୍କ ସଂପୃକ୍ତି ନେଇ ଡିଜି ବିଚାର କରିବେ ବୋଲି କୁହାଯାଉଛି ।

ସୂଚନା ଥାଉକି । ଏକ ମାମଲାର ରଫାଦଫା ପାଇଁ ଚାନ୍ଦିପୁର ଥାନା ଏଏସଆଇ ପ୍ରଦୀପ କୁମାର ୫୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଥାନା ଭିତରେ ଆଇଆଇସି ଓ ଏଏସଆଇଙ୍କୁ ଉଠାଇ ନେଇଥିଲା ଭିଜିଲାନ୍ସ । ସ୍ଥାନୀୟ ମଦ ବେପାରୀଙ୍କ ଠାରୁ ମାସିକିଆ ବଟି ନେଉଥିବା ଭଳି ସାଂଘାତିକ ଅଭିଯୋଗ ଏହି ଦୁଇ ପୋଲିସ ଅଧିକାରୀଙ୍କ ନାଁରେ ଆସିଥିଲା । ପୂର୍ବରୁ ମଧ୍ୟ ଏଭଳି ଅନେକ ଅଭିଯୋଗ ଏମାନଙ୍କ ନାଁରେ ଆସିଛି । ଏବେ ମଦ ବେପାରୀଙ୍କ ଠାରୁ ଲାଂଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ଦୁଇ ପୋଲିସ ଅଧିକାରୀ ହେଲେ ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସଆଇ ପ୍ରଦୀପ କୁମାର ମହାନ୍ତି ।