ରଥଯାତ୍ରାରେ ଖସିବ ତାତି : ରାଜ୍ୟର ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

287

କନକ ବ୍ୟୁରୋ : ରାତି ପାହିଲେ ରଥଯାତ୍ରା । ଗରମ ଗୁଳୁଗୁଳିରେ ଜନଜୀବନ ଅତିଷ୍ଠ ହୋଇପଡିଥିବା ବେଳେ ଏବେ ପାଣିପାଗ ନେଇ ସାମାନ୍ୟ ଆଶ୍ୱସ୍ତି ମିଳିଛି । ରଥଯାତ୍ରାରେ ଗରମ ଗୁଳୁଗୁଳିର ମାତ୍ରା କିଛିଟା କମିବ । ଯାତ୍ରା ସମୟରେ ଖସିବ ତାତି । ଦିନକରେ ୩ରୁ ୫ ଡିଗ୍ରୀ ତାପମାତ୍ରା କମିବ । ୨୧ରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିଭଳି ୨୨ରେ କିଛି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି । ତେବେ ରଥଯାତ୍ରାରେ ତାତିରୁ ମିଳିବ ତ୍ରାହି ସେହିଭଳି ଗତକାଲି ସଂଧ୍ୟାରେ ଘଡଘଡି ସହ ବର୍ଷା ହୋଇଛି । ଗରମ ଗୁଳୁଗୁଳିରେ ଜୀବନ ଅତିଷ୍ଠ ହୋଇପଡିଥିବା ବେଳେ ଏବେ ବର୍ଷାରେ ସାମାନ୍ୟ ଆଶ୍ୱସ୍ତି ମିଳିଛି ।