ସାତ କୋଟି ଠକେଇ ଅଭିଯୋଗରେ ସିବିଆଇ ରେଡ୍: ଭୁବନେଶ୍ୱର ଦ୍ୱାରିକା ଜୁଏଲାରୀ ମାଲିକ ଓ ସହଯୋଗୀଙ୍କ ଘରେ ଚଢ଼ାଉ

1,045

କନକ ବ୍ୟୁରୋ: ସାତ କୋଟି ଠକେଇ ଅଭିଯୋଗରେ ସିବିଆଇ ରେଡ୍ । ଭୁବନେଶ୍ୱର ଦ୍ୱାରିକା ଜୁଏଲାରୀ ଏବଂ ତାର ସହଯୋଗୀଙ୍କ ଘରେ ଚଢ଼ାଇ କରିଛି ସିବିଆଇ । ସିବିଆଇର ଜଣେ ଡିଏସପିଙ୍କ ନେତୃତ୍ୱରେ ଏହି ଚଢ଼ାଇ ହୋଇଛି । ଦ୍ୱାରିକା ଜୁଏଲାରୀ ମୁଖ୍ୟ ଦ୍ୱାରିକାନାଥ ପାତ୍ର, ତାଙ୍କ ପତ୍ନୀ, ପୁଅ, ବୋହୂ, ଝିଅ ଏବଂ ଅନ୍ୟ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ସିବିଆଇ । ଭୁବନେଶ୍ୱରର ୬ଟି ସ୍ଥାନରେ ରେଡ୍ କରି ସିବିଆଇ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି । ସହିଦନଗର ଇଣ୍ଡିଆନ ବ୍ୟାଙ୍କ ମ୍ୟାନେଜରଙ୍କ ଅଭିଯୋଗ ଅଧାରରେ ମାମଲା ରୁଜୁ ହୋଇଛି । ୨୦୧୩ ମସିହାରେ ଦ୍ୱାରିକା ଜୁଏଲାରୀର ଦ୍ୱାରିକାନାଥ ଏବଂ ଭାଗିଦାରୀ ତକ୍ରାଳିନ ଆହ୍ଲାହାବାଦ ବ୍ୟାଙ୍କ ଏବେକାର ଇଣ୍ଡିଆନ ବ୍ୟାଙ୍କରୁ ୬ କୋଟି ଟଙ୍କା କ୍ୟାସ୍, କ୍ରେଡିଡ୍୍ରେ ନେଇଥିଲେ । ଏଥିରେ ଦ୍ୱାରିକନାଥଙ୍କ ଝିଅ ଗ୍ୟରେଂଟର ଥିଲେ । ଏହି ଟଙ୍କାରେ ସୁନା, ରୁପା ପଥର କିଣିବେ ବୋଲି ବ୍ୟାଙ୍କରେ ଦର୍ଶାଇଥିଲେ । ହେଲେ ଟଙ୍କା ପରିଶୋଧ ନକରିବାରୁ ଏହା ଠକେଇ ବୋଲି ୨୦୨୨ ମାର୍ଚ୍ଚରେ ଘୋଷଣା କରାଯାଇଥିଲା । ଏହି ଟଙ୍କାରୁ ଦ୍ୱାରିକାନାଥଙ୍କ ପୁଅ, ଉମାଶଙ୍କରଙ୍କ ବିଲ୍ଡର କଂପାନୀଙ୍କ ଆକାଂଉଟକୁ ୩ କୋଟି ୫୫ ଲକ୍ଷ ଯାଇଥିଲା ।  ବ୍ୟାଙ୍କର ଅସାଧୁ ଅଧିକାରୀଙ୍କ ସହ ହାତ ମିଳାଇ ଏଭଳି ଠକେଇ କରିଥିବା ପ୍ରାଥମିକ ତଦନ୍ତରୁ ସିବିଆଇ ଜାଣିବାକୁ ପାଇଛି । ତେବେ ସିବିଆଇ ଚଢ଼ାଇ ସମ୍ପର୍କରେ କ’ଣ କହିଛନ୍ତି ଦ୍ୱାରିକା ଜୁଏଲାରୀର ମାଲିକ ଉମାଶଙ୍କର ପାତ୍ର । ତାଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।