୨୦ କି ୩୦ ବର୍ଷ ନୁହେଁ ୨୦୦ବର୍ଷ ପୂର୍ବେ ତିଆରି ହୋଇସାରିଥିଲା ଇଲେକ୍ଟ୍ରିକ୍ କାର । ଜାଣନ୍ତୁ କଣ କହୁଛି ଇତିହାସ

1,852

କନକ ବ୍ୟୁରୋ : ଇଲେକ୍ଟ୍ରିକ୍ କାର୍ ବା ବିଦ୍ୟୁତ୍ ଚାଳିତ କାର୍ । ବର୍ତ୍ତମାନ ପେଟ୍ରୋଲ ଡିଜେଲର ମହଙ୍ଗା ଯୁଗରେ ଇଲେକ୍ଟ୍ରିକ୍ ଗାଡିର ବ୍ୟବହାର ବେସ୍ ଅଧିକ ବଢିଗଲାଣି । ସମସ୍ତେ ପ୍ରାୟ ବିଦ୍ୟୁତ୍ ଚାଳିତ ଗାଡିକୁ ବ୍ୟବହାର କରିବାରେ ଲାଗିଲେଣି । କିନ୍ତୁ ବୋଧ ଅନେକ ଲୋକ ଜାଣିନଥିବେକି, ବିଦ୍ୟୁତ୍ ଚାଳିତ ଗାଡିର ବ୍ୟବହାର କେତେ ବର୍ଷ ହେବ ଆରମ୍ଭ ହୋଇଛି । ବିଦ୍ୟୁତ୍ ଚାଳିତ ଗାଡି ୨୦ କି ୩୦ ବର୍ଷ ନୁହେଁ ଏହା ପ୍ରାୟ ୨ଶହ ବର୍ଷ ପୂର୍ବରୁ ଆରମ୍ଭ ହୋଇସାରିଛି । ପେଟ୍ରୋଲ୍ ଡିଜେଲ୍ ଚାଳିତ କାରର ଇତିହାସ ଯେତିକି ପୁରୁଣା, ଇଲେକ୍ଟ୍ରିକ୍ କାରର ଇତିହାସବି ସେତିକି ପୁରୁଣା । ଇଲେକ୍ଟ୍ରିକ୍ କାରକୁ ଚାର୍ଜ କରିବା ଏକ ବଡ ସମସ୍ୟା ହୋଇପଡିବାକୁ ବିଦ୍ୟୁତ୍ ଚାଳିତ କାରକୁ ବିକଶିତ କରିବାରେ ୨ଶହ ବର୍ଷ ଲାଗିଗଲା । ତେବେ ଆସନ୍ତୁ ଜାଣିବା କେମିତି ଥିଲା ପ୍ରଥମ ଇଲେକ୍ଟ୍ରିକ୍ କାର ଏବଂ ତାର ରେଞ୍ଜ କେତେ ଥିଲା ।

୨ଶହ ବର୍ଷ ପୂର୍ବେ ଲଞ୍ଚ ହୋଇଥିଲା ପ୍ରଥମ ଇଲେକ୍ଟ୍ରିକ୍ କାର

ଉନଂବୀଶ ଶତାବ୍ଦି ଆରମ୍ଭରୁ ଅନେକ ଦେଶ ନୂଆ ନୂଆ ମଡେଲର କାର୍ ବନାଇବା ଆରମ୍ଭ କରି ଦେଇଥିଲେ । ସେହି ସମୟରେ ଚାଚିଚକିଆ ଗାଡି ଲୋକଙ୍କ ମଧ୍ୟରେ କୌତୁହଳର ବିସୟ ପାଲଟିଥିଲା । ସେତେବେଳ ସମୟରେ କେବଳ ଡିଜେଲ ଚାଳିତ ଗାଡି ହିଁ ତିଆରି ହୋଉଥିଲା । କିନ୍ତୁ ସେହି ସମୟରେ ସ୍କଟଲ୍ୟାଣ୍ଡର ଜଣେ ମେକାନିକ୍ କିଛି ଏପରି କରି ଦେଖାଇଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।

୧୮୩୨ରେ ସ୍କଟଲ୍ୟାଣ୍ଡର ଜଣେ ମେକାନିକ୍ ଡିଜେଲ ଚାଳିତ ଏକ ପୁରୁଣା କାରକୁ ଇଲେକ୍ଟ୍ରିକ୍ କାରରେ ପରିଣତ କରିଦେଇଥିଲେ । ସେ ଏହି କାରରେ ସିଙ୍ଗିଲ ଚାର୍ଜ ବ୍ୟାଟେରୀର ବ୍ୟବହାର କରିଥିଲେ । ଯାହାକୁ ମାତ୍ର ଗୋଟିଏ ଥର ବ୍ୟବହାର କରାଯାଇପାରୁଥିଲା । ଏହି କାର୍ ଘଣ୍ଟା ପ୍ରତି ୪କିମି ବେଗରେ ମାତ୍ର ୨.୫ କିଲୋମିଟର ଚାଲିବାର କ୍ଷମତା ରଖିଥିଲା । ଏହାର ଠିକ୍ ୨୦ବର୍ଷ ପରେ ଚାର୍ଜିଂ ବ୍ୟାଟେରୀ ଚାଳିତ ଇଲେକ୍ଟ୍ରିକ୍ କାର୍ ମାର୍କେଟକୁ ଆସିଥିଲା ।

ଠିକ୍ ଏହି ସମୟରେ ଫ୍ରାନ୍ସର ଏକ ବୈଜ୍ଞାନିକ, ୧୮୬୫ରେ ପ୍ରଥମ ଥର ପାଇଁ ଲିଡ୍ ଏସିଡ୍ ବ୍ୟାଟେରୀରେ ଇଲେକ୍ଟ୍ରିକ୍ କାରକୁ ଚଲାଇଥିଲେ । ତେବେ ଇଲେକ୍ଟ୍ରିକ୍ କାରକୁ ବିକଶିତ କରିବାର କାମ ସେମିତି ଚାଲୁ ରହିଥିଲା । ଆଉ ୧୮୯୧ରେ ଆମେରିକାରେ ପ୍ରଥମ ଥର ପାଇଁ ଇଲେକ୍ଟ୍ରିକ୍ କାର ରାସ୍ତାକୁ ଓହ୍ଲାଇଥିଲା । ପରେ ଯ୮୯୯ରେ ପ୍ରଥମ ଥର ପାଇଁ ହାଇବ୍ରିଡ୍ କାର ଲଞ୍ଚ ହୋଇଥିଲା ଯାହା ପେଟ୍ରୋଲ୍ ଏବଂ ବୁଦ୍ୟୁତ୍ ଉଭୟରେ ଚାଲିବାର କ୍ଷମତା ରଖିଥିଲା ।