କେନାଲ ବନ୍ଧରେ ପଡିଛି କୁଢ କୁଢ ସରକାରୀ ଔଷଧ : ଔଷଧ ଖୋଳ ଉପରେ ଲାଗିଛି ରାଜ୍ୟ ସରକାରଙ୍କ ଲୋଗୋ

99

କନକ ବ୍ୟୁରୋ : କେନାଲ ବନ୍ଧରେ କୁଢ କୁଢ ସରକାରୀ ଔଷଧ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ୩ ନମ୍ବର ହାଇଲେବୁଲ କେନାଲ ବନ୍ଧ କୁଢ କୁଢ ଔଷଧ ପଡଛି । ପାର୍ବତୀ ଘାଟଠାରୁ ଆଖୁଆପଦା ମଧ୍ୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଔଷଧ ଖୋଳ ଉପରୋ ରାଜ୍ୟ ସରକାରଙ୍କ ଲଗୋ ଲାଗିଥିବା ବେଳେ ଏହା ବିକ୍ରିୟ ପାଇଁ ଉପଲବ୍ଧ ନୁହେଁ ବୋଲି ଲେଖା ରହିଛି । କିଏ ଏତେ ପରିମାରଣ ଔଷଧକୁ ଆଣି ଏଠାରେ ଫିଙ୍ଗିଲା, କାହିଁକି ଗରିବଙ୍କ ବିତରଣ ପାଇଁ ଉଦ୍ଦିଷ୍ଟ ଔଷଧକୁ ଏଠାରେ ପିଙ୍ଗାଗଲା ।

ଏହାର ଉତ୍ତର କାହା ପାଖରେ ନାହିଁ । ରାଜ୍ୟ ସରକାରଙ୍କ ଔଷଧ ନିଗର ପକ୍ଷରୁ ପ୍ରତ୍ୟେକ ସରକାରୀ ଡାକ୍ତରଖାନାକୁ ପ୍ରତି ମାସରେ ଔଷଧ ଯୋଗାଇ ଦିଆଯାଇଥାଏ । ବିଭିନ୍ନ ରୋଗ ପାଇଁ ସାଧାରଣ ଜନତା କିଭଳି ମାଗଣାରେ ଔଷଧ ପାଇବେ ସେଥିପାଇଁ ନିରାମୟ ଯୋଜନାରେ ସରକାର ଔଷଧ ଯୋଗାଇଥାନ୍ତି । ହେଲେ ପରିତାପର ବିଷୟ ସର୍ବ ସାଧାରଣଙ୍କ ବଣ୍ଟନ ପାଇଁ ଆସିଥିବା ଔଷଧକୁ ଏଭଳି ଫିଙ୍ଗି ଦିଆଯାଉଛି । ଏହା କୌଣସି ଡାକ୍ତରଖାନାର ଗଚ୍ଛିତ ଔଷଧ ବୋଲି ଜଣାପଡିଛି ।