ସମ୍ପର୍କୀୟଙ୍କ ଅପେକ୍ଷାରେ ଶବ: କଣ୍ଟେନର ଭିତରେ ଏବେ ବି ପଡ଼ି ରହିଛି ୬୨ଟି ମୃତଦେହ

243

କନକ ବ୍ୟୁରୋ: ବାହାନଗା ଟ୍ରେନ ଦୁର୍ଘଟଣା ଘଟଣାକୁ ମାସେ ପୁରିଛି । ଡି.ଏନ୍.ଏ ରିପୋର୍ଟ ଆସିବାକୁ ବିଳମ୍ବ ହେଉଥିବା କାରଣରୁ ସମସ୍ତ ମୃତଦେହକୁ ଏପର୍ଯନ୍ତ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ପାରିନାହିଁ । ସେପଟେ ୮୧ଟି ମୃତଦେହ କଂଟେନରରେ ରଖାଯାଇଥିବା ବେଳେ ଆଜି ସୁଦ୍ଧା ୧୯ଟି ମୃତ ଦେହକୁ ଡିଏନଏ ସାମ୍ପୁଲ ମ୍ୟାଚ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସେପଟେ ଆଜି ତିନୋଟି କଂଟେନରରେ ଥିବା ମୃତଦେହ ଗୁଡିକୁ କଂଟେନରରୁ ବାହାରକୁ ବାହାର କରାଯାଇଛି । ପାଖାପାଖି ଏକ ମାସ ଧରି ଏହି ମୃତ ଦେହ ଗୁଡିକ କଂଟେନରରେ ରହିଥିବାରୁ ନଷ୍ଟହେବାକୁ ଆରମ୍ଭ କରିଛି । ଏହି କଂଟେନରଗୁଡିକରେ ମାଇନସ ୧୮ ଡିଗ୍ରୀ ତାପମାତ୍ରାରେ ଶବଗୁଡିକୁ ସଂରକ୍ଷିତ କରି ରଖାଯାଇଛି । ଏବେ ମୃତଦେହଗୁଡିକୁ ପୁରୁଣା କଂଟେନରରୁ ବାହାର କରି ନୁତନ କଂଟେନରକୁ ସ୍ଥାନାନ୍ତର କରାଯାଇଛି । ଏବେ ବି ଏମ୍ସରେ ପାଖାପାଖି ୬୨ଟି ମୃତଦେହ କଂଟେନର ଗୁଡିକରେ ରଖାଯାଇଛି ।