ବ୍ରାହ୍ମଣୀ ନଦୀରେ ଓଲଟିଲା ଯାତ୍ରୀବାହୀ ଡ଼ଙ୍ଗା : ୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଅଘଟଣ; ଜଣେ ମୃତ, ଜଣେ ନିଖୋଜ

181

କନକ ବ୍ୟୁରୋ : ଭାରସାମ୍ୟ ହରାଇ ନଦୀରେ ଓଲଟିଲା ଡଙ୍ଗା । ଆଳି ଏକମାଣିଆ ସ୍ଥିତ ବ୍ରାହ୍ମଣୀ ନଦୀରେ ଏହି ଅଘଟଣ ଘଟିଛି । ଆଳିରୁ ରାଜନଗର ଯାଉଥିଲେ ୨୦ରୁ ଅଧିକ ଯାତ୍ରୀ । ଏକମାଣିଆରୁ ରାଜନଗର କେରଡାଗଡକୁ ଯାଉଥିଲେ । ଏହି ସମୟରେ ମଝିନଦୀରେ ଭାରସାମ୍ୟ ହରାଇ ଡ଼ଙ୍ଗାଟି ବୁଡିଯାଇଥିଲା । ଦୁଇଜଣ ନିଖୋଜ ରହିଥିବା ବେଳେ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ନିଖୋଜଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଖୋଜାଖୋଜି ଜାରି ରହିଛି ।