ସରକାରୀ ଜମିରେ ବେଆଇନ୍ ପୋଡ଼ା ମୋବିଲ୍ କାରବାର ମାମଲା : ଲକ୍ଷେ ଟଙ୍କା ଜରିମାନା ଆଦାୟ କଲା ବିଏମସି

176

କନକ ବ୍ୟୁରୋ : ଲକ୍ଷେ ଟଙ୍କା ଜରିମାନା ଆଦାୟ କଲା ଭୁବନେଶ୍ୱର ମହାନଗର ନିଗମ ବା ବିଏମସି । ସରକାରୀ ଜମିରେ ବେଆଇନ ଭାବେ ପୋଡା ମୋବିଲ କାରବାର ଚାଲିଥିଲା । ଭିଏସଏସ ନଗର ସ୍ଥିତ ଏକ ସ୍କୁଲ ନିକଟରେ ଚାଲିଥିଲା ଏହି ବେଆଇନ କାରବାର ।

ତେଣୁ ସ୍ଥାନୀୟ ଲୋକେ ଏବଂ କର୍ପୋରେଟର ବାରମ୍ବାର ଏ ନେଇ ଅଭିଯୋଗ କରିଥିଲେ ସଂପୃକ୍ତ ବ୍ୟବସାୟୀଙ୍କୁ । କିନ୍ତୁ ଏବେ ଡେଙ୍ଗୁ ଜ୍ୱର ଆତଙ୍କ ଦେଖାଦେଇଛି । ଏପରି ସ୍ଥିତିରେ ମଶା ବ୍ୟାପିବା ପଛରେ ଏହି ପୋଡା ମୋବିଲ ସ୍ଥାନ ଥିବା କୁହାଯାଉଥିଲା । ଶେଷରେ ବିଏମସି ସଂପୃକ୍ତ ସ୍ଥାନକୁ ସିଜ୍ କରିବା ସହିତ ଅସାଧୁ ବ୍ୟବସାୟୀଙ୍କ ଲକ୍ଷେ ଟଙ୍କା ଜୋରିମାନା ଆଦାୟ କରିଛି ।