ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉତେଜନା: ଅଫିସରେ ପଶି ଭଙ୍ଗାରୁଜା କଲେ ବିଜେପି କର୍ମୀ

266

କନକ ବ୍ୟୁରୋ: ଭ୍ରଦକ ଜିଲ୍ଲାପାଳଙ୍କ ଅଫିସରେ ଉତେଜନା । ଜିଲ୍ଲାପାଳଙ୍କ ଅଫିସ ଆଗରେ ବିଜେପି କର୍ମୀ ଆନ୍ଦୋଳନ କରୁଥିବା ବେଳେ ଜିଲ୍ଲାପାଳଙ୍କ ଅଫିସ ଭିତରକୁ ଧସେଇ ପଶିଛନ୍ତି । ଏମିତିକି ପୁଲିସର ପ୍ରତିରୋଧ ସତ୍ୱେ ବିଜେପି କର୍ମୀମାନେ ଜିଲ୍ଲପାଳଙ୍କ ଗାଡିର ନମ୍ବର ପ୍ଲେଟକୁ ଭାଙ୍ଗି ଦେଇଛନ୍ତି ।

ଏହାବାଦ ଜିଲ୍ଲାପାଳଙ୍କ ଅଫିସର ଚେୟାରକୁ ବି ଭାଙ୍ଗି ଦେଇଛନ୍ତି ବିଜେପି କର୍ମୀ । ଓବିସି ସଂରକ୍ଷଣ, ଭୋଟର ତାଲିକାରେ ଜାଲିଆତିକୁ ପ୍ରସଙ୍ଗ କରି ଜିଲ୍ଲା ବିଜେପି ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଥିଲା । ଘଟଣାସ୍ଥଳରେ ପୁଲିସ ମୁତୟନ ରହିଛି । ଏସପି ଆସି ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି ।