ଡାଇରିଆ ବ୍ୟାପିବା ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ମନୋଜ କହିଲେ, ସ୍ମାର୍ଟସିଟିରେ ହଇଜା ବ୍ୟାପିବା ଲଜ୍ଜ୍ୟାଜନକ ।

99

କନକ ବ୍ୟୁରୋ: ରାଉରକେଲା ଡାଇରିଆ ବ୍ୟାପିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । କହିଛନ୍ତି ବିଶ୍ୱରୁ ହଇଜା ଲୋପ ପାଇଥିବା ବେଳେ ସ୍ମାର୍ଟ ସିଟି ରାଉରକେଲାରେ ହଇଜା ବ୍ୟାପିବା ଲଜ୍ଜାଜନକ । ହଇଜାରେ ଲୋକେ ମରୁଛନ୍ତି, ଠିକରେ ପାଣି ପାଉନାହାନ୍ତି । ନବୀନ ବାବୁଙ୍କ ଏହା ଶ୍ରେଷ୍ଠ ଉପହାର ବୋଲି କହିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର । ଯଦି ରାଜ୍ୟ ସରକାର ସ୍ଥିତି ନିୟନ୍ତ୍ରଣ କରିପାରୁନାହାନ୍ତି ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ନହେଲେ କେନ୍ଦ୍ର ସରକାରଙ୍କୁ ସହାୟତା ଲୋଡନ୍ତୁ, ତୁରନ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମନୋଜ ମହାପାତ୍ର ।