ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଅଭିଯୋଗ : ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ, ଡିସିପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ

81

କନକ ବ୍ୟୁରୋ : ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ବିପର୍ଯ୍ୟସ୍ତ ଆଇନଶୃଂଖଳା ବିରୋଧରେ ବିଜେପିର ପ୍ରତିବାଦ । ଡିସିପି କାର୍ଯ୍ୟାଳୟ ସାମ୍ନାରେ ଗଣଧାରଣାରେ ବସିଲେ ବିଜେପି କର୍ମୀ । ଗତ ୨୮ ତାରିଖରେ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ ବିଜେପି ଶୁକ୍ରବାର ପୋଲିସ ଡିଜି, ପୋଲିସ କମିଶନର ଓ ଡିସିପିଙ୍କ ବିରୋଧରେ ଏତଲା ଦେଇଥିଲା । ବିଜେପି ଅଭିଯୋଗ ଆଣିଛି ପୋଲିସ ଅଧିକାରୀ ଓ ସାଦା ପୋଷାକରେ ଥିବା କିଛି ବିଜେଡି ଗୁଣ୍ଡାମାନେ ସେମାନଙ୍କ ଯୁବମୋର୍ଚ୍ଚା କର୍ମୀଙ୍କୁ ଆକ୍ରମଣ କରିଥିଲେ । ଏହା ବିରୋଧରେ ବିଜେପି ଯୁବମୋର୍ଚ୍ଚା କ୍ୟାପିଟାଲ ଥାନାରେ ଏତଲା ଦେଇଥିଲା । କିନ୍ତୁ ଏତଲା ପଞ୍ଜିକୃତ କରାନଯିବାକୁ ବିଜେପି ଦୁର୍ଭାଗ୍ୟଜନକ ବୋଲି କହିଛି ।