ଅଘୋଷିତ ବିଦ୍ୟୁତ କାଟକୁ ନେଇ ପ୍ରତିବାଦ : ଆନ୍ଦୋଳନ ସମୟରେ ପୋଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି

99

କନକ ବ୍ୟୁରୋ : ଘନ ଘନ ବିଜୁଳି କାଟ୍ ପ୍ରତିବାଦରେ ବିଜେପିର ଆନ୍ଦୋଳନ । ବ୍ରହ୍ମପୁରରେ ଥିବା ଟାଟା ପାୱାର ଅଫିସ୍ ଆଗରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଉଛି । ଶତାଧିକ ବିଜେପି କର୍ମୀ ଏକାଠି ହୋଇ ପ୍ରତିବାଦ କରୁଛନ୍ତି । ହାତରେ ପ୍ଲାକାର୍ଡ ଧରି ବିଜେପି କର୍ମୀମାନେ ପ୍ରତିବାଦ ଚଳାଇଥିଲେ । ଆନ୍ଦୋଳନ ସମୟରେ ପୋଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା । ଅଫିସ୍ ଗେଟ୍ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ଧସ୍ତାଧସ୍ତି ହୋଇଥିଲା ।