ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା: ପୁଣି ଆନ୍ଦୋଳନକୁ ଓହ୍ଳାଇଛି ବିଜେପି

59

କନକ ବ୍ୟୁରୋ: ପୁରୀ ୧୧ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାକୁ ନେଇ ଆଜି ପୁଣି ଆନ୍ଦୋଳନକୁ ଓହ୍ଳାଇଛି ବିଜେପି । ଭାଇରାଲ ଅଡିଓ କ୍ଲିପର କାହିଁକି ଯାଂଚ ଦାବିରେ ଭୁବନେଶ୍ୱର ଡିସିପି ଅଫିସ ଘେରାଇ କରିଛି ବିଜେପି । ଡିସିପି କର୍ମୀ ଶୋଭାଯାତ୍ରା କରିବା ସହ ବିକ୍ଷୋଭ ପଦର୍ଶନ କରିଛନ୍ତି ।

ମୃତ ଧର୍ମେନ୍ଦ୍ର ଆତ୍ମହତ୍ୟା କରିବା ପୂର୍ବରୁ ଜଣେ ସାମ୍ବାଦିକଙ୍କୁ ଫୋନ କରି କହିଥିଲେ ଯଦି ତାଙ୍କର ମୃତ୍ୟୁ ହୋଇଯାଏ ତାହେଲେ ପାଞ୍ଚ ଜଣ ଦାୟୀ ରହିବେ । ଯେଉଁ ଅଡିଓରେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସଙ୍କ ସମେତ ମୃତ ଧର୍ମେନ୍ଦ୍ରଙ୍କ ପତ୍ନୀଙ୍କୁ ସେ ଦାୟୀ କରିଥିଲେ । ବିଜେପି ସେହି ଅଡିଓ କ୍ଲିପକୁ ପ୍ରେସମିଟ୍ ଜରିଆରେ ଗଣମାଧ୍ୟମ ଆଗରେ ରଖିଥିଲା ।