୯୦ ବର୍ଷରେ ବି ରାଜନୀତିରେ ସକ୍ରିୟ ବିଶ୍ୱଭୂଷଣ ହରିଚନ୍ଦନ : କନକ ନ୍ୟୁଜକୁ କହିଲେ ଫିଟ୍ ରହିବାର କାରଣ

1,095

କନକ ବ୍ୟୁରୋ : ୯୦ ବର୍ଷରେ ବି ରାଜନୀତିରେ ସକ୍ରିୟ ବରିଷ୍ଠ ରାଜନେତା ବିଶ୍ୱଭୂଷଣ ହରିଚନ୍ଦନ । କନକ ନ୍ୟୁଜକୁ କହିଛନ୍ତି ଫିଟ୍ ରହିବାର କାରଣ । କହିଛନ୍ତି, ଦେଶ ଓ ଲୋକଙ୍କ ସମସ୍ୟା ଚିନ୍ତା କରୁଥିବାରୁ ସେ ସକ୍ରିୟ ଅଛନ୍ତି । ଏହା ସହ ସାଧାରଣ ଲୋକଙ୍କ ନ୍ୟାର୍ଯ୍ୟ ଦାବି ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ।

ଦୀଘବର୍ଷର ରାଜନୈତିକ କ୍ୟାରିୟର ଭିତରେ ବିଶ୍ୱଭୂଷଣ ଏକାଧିକ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଆଇନ, ରାଜସ୍ୱ ଭଳି ଗୁୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଳାଇଛନ୍ତି । ଛତିଶଗଡ଼ର ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପୂର୍ବରୁ ସେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ବଡ କଥା ହେଉଛି, ବୟସ ନବେରେ ପହଁଚିଥିଲେ ବି ସେ ଥକି ପଡି ନାହାନ୍ତି । ଜଣେ ସାଧାରଣ ଲୋକଙ୍କ ଭଳି ଲୋକଙ୍କୁ ଭେଟୁଛନ୍ତି, କଥା ହେଉଛନ୍ତି । ସୁଖ ଦୁଃଖ ବୁଝୁଛନ୍ତି ।