ପୁଣି ବିଜେଡି ଦୋହରାଇଲା ସମଦୂରତା କଥା: ଉଭୟ ଏନଡିଏ ଓ ୟୁପିଏ ଦଳର ବୈଠକରେ ସାମିଲ ହେବନି ବିଜୁ ଜନତା ଦଳ

142

କନକ ବ୍ୟୁରୋ: ପୁଣି ବିଜେଡି ଦୋହରାଇଲା ସମଦୂରତା କଥା । ଉଭୟ ଏନଡିଏ ଓ ୟୁପିଏ ଦଳର ବୈଠକରେ ସାମିଲ ହେବନି ବିଜୁ ଜନତା ଦଳ । ବିଜେଡି ସାଂସଦ କହିଲେ, ସମଦୂରତ୍ୱ ତତ୍ୱରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ । ସାମ୍ବାଦିକ ରବି ଦାସ କହିଲେ ବୈଠକରେ ଯୋଗ ନଦେଲେ ବି ଏନଡିଏ ଆଡକୁ ଢଳି ରହିଛି ବିଜେଡି । ବିଜେଡି ଭଳି ଦୁଇଟି ଯାକ ବୈଠକରେ ଯୋଗ ଦେବେନି ଭାରତ ରାଷ୍ଟ୍ର ସମିତିର ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀ, ଏନ୍ ଚନ୍ଦ୍ରବାବୁ ନାଇଡ଼ୁ ନେତୃତ୍ୱାଧୀନ ତେଲୁଗୁଦେଶମ ପାର୍ଟି ଏବଂ ବାଦଲ ପାରିବାର ନେତୃତ୍ୱାଧୀନ ଶିରୋମଣି ଅକାଳୀ ଦଳ । ଏହି ଦଳ ଗୁଡିକ ଉଭୟ ବୈଠକରୁ ଦୂରରେ ରହିଛନ୍ତି ।