ବ୍ରିଜରେ ଫସିଛି ଜୀବନ । ବିହାର ରୋହତାସରେ ବ୍ରିଜ ପିଲାର ମଝିରେ ଅଟକି ରହିଛି ୧୧ ବର୍ଷ ବାଳକ । ୨୦ ଘଣ୍ଟା ଧରି ଚାଲିଛି ଉଦ୍ଧାରକାର୍ଯ୍ୟ

290

କନକ ବ୍ୟୁରୋ: ଘଟଣା ବିହାର ନାସିରଗଞ୍ଜ ଦାଉଦନଗର ସ୍ଥିତ ସୋନପୁଲର । ଏଠାରେ ଥିବା ବ୍ରିଜର ପିଲାର ମଝିରେ ଫସିଯାଇଛି ୧୧ ବର୍ଷର ବାଳକ । ପିଲାଟି ମାନସିକ ସ୍ତରରେ ଦୁର୍ବଳ ଥିବା ଜଣାପଡିଛି । ଫଳରେ ତାକୁ ଉଦ୍ଧାର କରିବା ୨୦ ଘଣ୍ଟା ଧରି ଚେଷ୍ଟା ଚଳାଇଛନ୍ତି ଉଦ୍ଧାରକାରୀ ଦଳ ।

ସୂଚନା ମୁତାବକ, ୧୧ ବର୍ଷର ପୁଅ ରଞ୍ଜନ ବୁଧବାର ଘରୁ ଖେଳିବାକୁ ବାହାରକୁ ଯାଇଥିଲା । ହେଲେ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ଘର ଲୋକ ଖୋଜାଖୋଜି କରିଥିଲେ । ଏହି ସମୟରେ ପୋଲ ପାଖରେ ଛୋଟ ପିଲା କାନ୍ଦିବାରୁ ଶୁଣିବାକୁ ପାଇଥିଲେ ଜଣେ ମହିଳା । ଦେଖିବା ବେଳକୁ ରଞ୍ଜନ ବ୍ରିଜ ପୋଲ ମଝିରେ ଥିବା ଫାଙ୍କରେ ଫଶିଯାଇଥିବା ଦେଖିଥିଲେ । ରଞ୍ଜନକୁ ଉଦ୍ଧାର କରିବାକୁ ବୁଧବାର ଅପରାହ୍ନ ୪ଟାରୁ ଚେଷ୍ଟା କରାଯାଉଥିଲେ ବି ଏଯାଏଁ ସଫଳତା ମିଳିପାରିନାହିଁ ।