ନବୀନଙ୍କୁ ଭେଟିବେ ନୀତୀଶ କୁମାର : ବିରୋଧୀ ଏକତା ଉପରେ ହେବ ଆଲୋଚନା

100

କନକ ବ୍ୟୁରୋ : ଆଜି ଓଡ଼ିଶା ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ନୀତୀଶ । ଦିନ ୧୧ଟା ୩୦ରେ ସ୍ୱତନ୍ତ୍ର ବିମାନ ଯୋଗେ ନୀତୀଶ କୁମାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସେ ରାଜ୍ୟ ଅତିଥି ଭବନ ଯିବେ । ୧୧ଟା ୫୫ରେ ଅତିଥି ଭବନରୁ ବାହାରି ନବୀନ ନିବାସ ଯିବେ ବିହାର ମୁଖ୍ୟମନ୍ତ୍ରୀ । ଦିନ ୧୨ଟାରୁ ଗୋଟାଏ ପର୍ଯ୍ୟନ୍ତ ନବୀନ ନିବାସରେ ରହିବେ । ଏହି ସମୟ ଭିତରେ ରାଜନୈତିକ ଆଲୋଚନା ସହ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବେ ବୋଲି ଜଣାପଡ଼ିଛି ।

ରାହୁଲ ଗାନ୍ଧୀ, ଦିଲ୍ଲୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ସାମାଜବାଦୀ ପାର୍ଟି ମୁଖ୍ୟଙ୍କ ସମେତ ତୁଙ୍ଗ ବାମପନ୍ଥୀ ନେତାଙ୍କୁ ଭେଟିବା ପରେ ଓଡ଼ିଶା ଆସୁଛନ୍ତି ନୀତୀଶ କୁମାର । ନୀତୀଶ କୁମାର ଏବଂ ନବୀନ ପଟ୍ଟନାୟକଙ୍କ ସମ୍ପର୍କ ବହୁ ପୁରୁଣା । ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଏହି ଦୁଇ ନେତା ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିଲେ । ଏମିତି କି ବ୍ୟକ୍ତିଗତ ଭାବେ ନୀବିଡ଼ ସମ୍ପର୍କ ଥିବାରୁ ପୂର୍ବରୁ ଏକାଧିକ ଥର ନୀତୀଶ, ନବୀନ ନିବାସ ଆସିଛନ୍ତି । କିନ୍ତୁ ଆଜିର ଗସ୍ତ ଅନେକ ଗୁଡ଼ିଏ ଚର୍ଚ୍ଚା ଆଲୋଚନା ସୃଷ୍ଟି କରିଛି । ନବୀନ- ନୀତୀଶ ଭେଟ ଉପରେ ଓଡ଼ିଶା, ବିହାର ସମେତ ଜାତୀୟ ରାଜନୀତିର ନଜର ଅଟକି ରହିଛି ।

ନବୀନ-ନୀତୀଶ ପୁରୁଣା ବନ୍ଧୁ

ନବୀନଙ୍କୁ ଭେଟିବେ ନୀତୀଶ କୁମାର
ବିରୋଧୀ ଏକତା ଉପରେ ହେବ ଆଲୋଚନା
ସାଧାରଣ ନିର୍ବାଚନ ପାଇଁ ବିରୋଧୀ ଏକାଠି ହେଉଛନ୍ତି
ନବୀନଙ୍କ ଉପରେ ବିରୋଧୀଙ୍କ ନଜର
୨୦୧୭ ମାର୍ଚ୍ଚରେ ନବୀନଙ୍କୁ ଭେଟିଥିଲେ ନୀତୀଶ
୨୦୧୯ ସାଧାରଣ ନିର୍ବାଚନ ପାଇଁ ହୋଇଥିଲା ଆଲୋଚନା
ଉଭୟ ଦୁଇଟି ପ୍ରମୁଖ ଆଞ୍ଚଳିକ ଦଳର ନେତୃତ୍ୱ ନେଉଛନ୍ତି
ଉଭୟ ଅଣ କଂଗ୍ରେସ ଓ ଅଣ ବିଜେପି ରାଜନୀତିରେ ବେଶ ସକ୍ରିୟ
ଜାତୀୟ ରାଜନୀତି ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ନୀତୀଶ
ସମଭାବାପନ୍ନ ଦଳ ସହ ଲଗାତର ରଖୁଛନ୍ତି ଯୋଗସୂତ୍ର
ନୀତୀଶ ଓ ନବୀନଙ୍କର ରହିଛି ପୁରଣା ସମ୍ପର୍କ
ବାଜପେୟୀ ସରକାରରେ ଉଭୟ ଥିଲେ ମନ୍ତ୍ରୀ