ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣା: ଚାଞ୍ଚଲ୍ୟକର ବୟାନ ରଖିଲେ ଦୟାଲ ଆଶ୍ରମର କେୟାର ଟେକର

1,530

କନକ ବ୍ୟୁରୋ: ବହୁଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ଘଟଣାର ଚତୁର୍ଥ ସାକ୍ଷ୍ୟ ଭଦ୍ରକ ଜିଲ୍ଲା ଦୌରା ଜଜ କୋର୍ଟରେ ଗ୍ରହଣ କରାଯାଇଛି । ସାକ୍ଷୀ ଭାବେ ଦୟାଲ ଆଶ୍ରମର କେୟାର ଟେକର ସରୋଜିନୀ ସେଠ୍ ଓରଫ ସୋନି କୋର୍ଟରେ ଉପସ୍ଥିତ ରହି ଚାଂଚଲ୍ୟକର ବୟାନ ଦେଇଛନ୍ତି । କହିଛନ୍ତି, ମୃତ୍ୟୁ ପୂର୍ବରୁ ମାନସ ନିଜର ଠିକଣା ଓ ତାଙ୍କୁ ଉଦ୍ଧାର ଲାଗି ସହାୟତା କରିବାକୁ ଚିଠି ଲେଖିଥିଲେ । ଆଉ ସେହି ଚିଠିକୁ ଚିରି ଶର୍ମିଷ୍ଠା ଝରକା ବାହାରକୁ ଫିଙ୍ଗି ଦେଇଥିବା କହିଛନ୍ତି ସରୋଜିନୀ । ସରୋଜିନୀଙ୍କ ବୟାନ ଅନୁସାରେ, ଦୟାଲ ଆଶ୍ରମର ଉପର ଘରେ ମାନସଙ୍କୁ ମାଡ଼ ମରାଯାଇଥିଲା । ତାଙ୍କ ପକେଟରୁ ପର୍ସ ଓ ଏଟିଏମ୍ କାର୍ଡ ନେଇ ତାଲା ପକାଇ ପଳାଇଥିଲେ ଶର୍ମିଷ୍ଠା ତାଙ୍କ ସହଯୋଗୀ । ସେହିଦିନ ସନ୍ଧ୍ୟାରେ ମାନସଙ୍କୁ ବାଉଁଶ ଓ କାଠଫାଳିଆରେ ନିର୍ମମ ଭାବେ ଆକ୍ରମଣ କରାଯାଇଥିଲା ବୋଲି ସରୋଜିନୀ ତାଙ୍କ ବୟାନରେ କହିଛନ୍ତି । ମାନସଙ୍କୁ ମାଡ଼ ମରାଯାଇଥିବା ଶବ୍ଦ ଶୁଣି ଥିବା କହିଛନ୍ତି ସରୋଜିନୀ । ସରୋଜିନୀଙ୍କୁ ବୟାନକୁ ଶର୍ମିଷ୍ଠାଙ୍କ ଓକିଲ ଖାରଜ କରିଛନ୍ତି ।