ନିଟ୍ ପେପର ଲିକ୍ ମାମଲାରେ ବଡ଼ ଆକ୍ସନ । ଆଉ ୨ ସନ୍ଦିଗ୍ଧଙ୍କୁ ଗିରଫ କଲା ସିବିଆଇ ।

76

କନକ ବ୍ୟୁରୋ: ନିଟ୍ ପେପର ଲିକ୍ ମାମଲାରେ ବଡ଼ ଆକ୍ସନ । ଆଉ ୨ ସନ୍ଦିଗ୍ଧଙ୍କୁ ଗିରଫ କଲା ସିବିଆଇ । ହଜାରିବାଗର ଓଏସିଏସ ସ୍କୁଲ ପ୍ରିନ୍ସିପାଲ ଏହସାନୁଲ ହକ ଓ ଭାଇସ ପ୍ରିନ୍ସିପାଲ ଇମତିଆଜଙ୍କୁ ଗିରଫ କରାଯାଇଛି । ପ୍ରିନ୍ସିପାଲ ଏହସାନୁଲଙ୍କ ସହ ଦୁଇ ଜଣ ସାମ୍ବାଦିକଙ୍କ ଲିଙ୍କ୍ ଥିବା ମଧ୍ୟ ଜାଣିବାକୁ ପାଇଛି ସିବିଆଇ । ଏହି ଦୁଇ ଜଣ ଝାଡ଼ଖଣ୍ଡର ହେଇଥିବା ଜଣାପଡ଼ିଛି । ପେପର ଲିକ୍ ଓ ନିଟ୍ ପରୀକ୍ଷା ମଧ୍ୟରେ ପ୍ରିନ୍ସିପାଲ ଓ ସାମ୍ବାଦିକଙ୍କ ଲଗାତାର ସମ୍ପର୍କରେ ରହିଥିଲା । ଯାହା ତଦନ୍ତ ସଂସ୍ଥାର ସନ୍ଦେହ ବଢ଼ାଇଛି । ଉଭୟଙ୍କୁ ପଚରାଉଚରା ପରେ ପେପର ଲିକ୍ ନେଇ ଅଧିକ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି । ଏହା ପୂର୍ବରୁ ମଧ୍ୟ ୨ ସନ୍ଦିଗ୍ଧ ଚିଣ୍ଟୁ ଓ ମୁକେଶଙ୍କୁ ଗିରଫ କରି ପଚରାଉଚରା କରାଯାଉଥିଲା । ଏହି ହାଇପ୍ରୋଫାଇଲ ମାମଲାରେ ଯାଞ୍ଚ ଏଜେନ୍ସି ପକ୍ଷରୁ ଲଗାତାର କାର୍ଯ୍ୟାନୁଷ୍ଠାନ ସହ ତଦନ୍ତ ଜାରି ରହିଛି । ଖୁବଶୀଘ୍ର ମାମଲାର ପର୍ଦ୍ଦାଫାଶ କରିବାକୁ ଚେଷ୍ଟା ଚଳାଇଛି ସିବିଆଇ ।