ଏଣିକି ସିଧାସଳଖ ନିର୍ବାଚିତ ହେବେ ମେୟର, ପୌରାଧ୍ୟକ୍ଷ । ଲୋକଙ୍କ ମତ ଲୋଡିଲେ ନଗର ଉନ୍ନୟନ ବିଭାଗ

ମେୟର, ପୌରାଧ୍ୟକ୍ଷ ପାଇଁ ପ୍ରତ୍ୟକ୍ଷ ଭୋଟ

195

କନକ ବ୍ୟୁରୋ : ମହାନଗର ନିଗମ ମେୟର ଓ ପୌରପାଳିକା ଆଉ ପରୋକ୍ଷ ଭାବେ ନିର୍ବାଚିତ ହେବେନି । ସେମାନଙ୍କୁ ଭୋଟରମାନେ ସିଧାସଳଖ ନିର୍ବାଚିତ କରିବେ । ୨୦୧୮ ମସିହା ସେପ୍ଟେମ୍ବର ମାସରେ ଏ ସଂକ୍ରାନ୍ତରେ ସଂଶୋଧିତ ଆଇନ ବିଧାନସଭାରେ ଗୃହୀତ ହୋଇଥିଲା । ପାଖାପାଖି ୩ ବର୍ଷ ପରେ ଏହି ସଂଶୋଧିତ ଆଇନ ଆଧାରରେ ପ୍ରସ୍ତୁତ ଚିଠା ନିୟମ ଗତକାଲି ଓଡ଼ିଶା ଗେଜେଟରେ ପ୍ରକାଶ କରି ସାଧାରଣ ଲୋକଙ୍କ ମତାମତ ମାଗିଛନ୍ତି ସରକାର ।
୩୦ ଦିନ ଭିତରେ ନାଗରିକମାନେ ସେମାନଙ୍କ ଆପତି ଅଭିଯୋଗ ଓ ପ୍ରସ୍ତାବ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ନିକଟକୁ ପଠାଇପାରିବେ । ନୂଆ ବ୍ୟବସ୍ଥା ଅନୁଯାୟୀ ପୌର ନିର୍ବାଚନ ସମୟରେ କର୍ପୋରେଟର ଓ ମେୟର ପଦବି ପାଇଁ ୨ଟି ସ୍ୱତନ୍ତ୍ର ଭିନ୍ନ ରଙ୍ଗର ବାଲାଟ ପେପର ରହିବ । ମହାନଗର ନିଗମ, ପୌରପାଳିକା ବା ଏନଏସିର ଜନସଂଖ୍ୟା ଆଧାରରେ ମେୟର ପଦବି କେଉଁ ବର୍ଗର ହେବେ ତାହା ସ୍ଥିର ହେବ । ମତଦାନ କେନ୍ଦ୍ରରେ କାଉନସିଲର ପାଇଁ ଆଉ ଗୋଟିଏ ଭୋଟରବାକ୍ସ ରହିବ ।