୧୮ ଦିନ ପରେ ଖୋଲିଲା ମାର୍କେଟ ବିଲ୍ଡିଂ : ନିଷ୍ପତ୍ତିକୁ ବିରୋଧ କରି ଆଜି ଜବରଦସ୍ତ ବସିବେ ଉଠାଦୋକାନୀ

472

କନକ ବ୍ୟୁରୋ : ୧୮ ଦିନ ପରେ ଖୋଲିଲା ମାର୍କେଟ ବିଲ୍ଡିଂ । ବିଏମସି ସହ ଆଲୋଚନା ପରେ ଖୋଲିଛି ଭୁବନେଶ୍ୱରର ସବୁଠାରୁ ବଡ ମାର୍କେଟ ହବ୍ । ବିଏମସି ସହ ସେଂଟ୍ରାଲ ମାର୍କେଟ ଆସୋସିଏସନ ୧୨ଟି ସର୍ତ ରଖିଛି । ଆସନ୍ତା ୫ ବର୍ଷ ପାଇଁ ସଂଘର ଦାୟିତ୍ୱରେ ରହିବ ମାର୍କେଟ ବିଲ୍ଡିଂ । ୧୨ଟି ସର୍ତ ମଧ୍ୟରୁ ଲୋକଙ୍କ ସୁରକ୍ଷା, ସୌନ୍ଦର୍ଯ୍ୟକରଣ, ଶୌଚାଳୟ ବ୍ୟବସ୍ଥା ରହିବ । ମାର୍କେଟ ବିଲ୍ଡିଂ ୧୮ ଦିନ ବନ୍ଦ ରହିବା ଫଳରେ ଶହେ କୋଟିର କ୍ଷତି ହୋଇଛି ବୋଲି କହିଛନ୍ତି ସଂଘ ସଭାପତି ।

ଉଠାଦୋକାନୀ ଓ ସ୍ଥାୟୀଦୋକାନୀଙ୍କ ମଧ୍ୟରେ ବିବାଦ ଯୋଗୁଁ ମାର୍କେଟ ବିଲ୍ଡିଂ ୧୮ ଦିନ ହେଲା ବନ୍ଦ ରହିଥିଲା । ବିଏମସି ଉଠାଦେକାନୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବ ବୋଲି କହିଥିଲା । ଏବେ ଏତେ ଦିନ ପରେ ପୁଣି ଖୋଲିଛି ମାର୍କେଟ ବିଲ୍ଡିଂ । ଆଉ ମାର୍କେଟ ବିଲ୍ଡିଂ ଖୋଲିବା ପରେ ସ୍ଥାୟୀ ବ୍ୟବସାୟୀ ଓ ଉଠାଦେକାନୀ ମୁହାଁମୁହିଁ ହୋଇଛନ୍ତି । ମୁଖ୍ୟ ବିଲ୍ଡିଂର ମୁଖ୍ୟ ଫାଟକ ସମ୍ମୁଖରୁ ଉଠା ଦେକାନୀଙ୍କୁ ଉଠାଇବା ପାଇଁ କିଛି ସ୍ଥାୟୀ ବ୍ୟବସାୟୀ ସଂଘର ସଦସ୍ୟ ଆସିଥିଲେ ।

ଉଠାଦେକାନୀ ଫାଟକ ସମ୍ମୁଖରୁ ଉଠିଯିବାକୁ ଓ ଦେକାନ ନ ପକାଇବା ପାଇଁ କହିଥିଲେ । କିନ୍ତୁ ଉଠାଦେକାନୀ ନିଜ ଜିଦରେ ଅଟଳ ରହିଥିଲେ । ଥଇଥାନ ନ ହେଲା ଯାଏଁ ଫାଟକ ସମ୍ମୁଖରେ ଓ ରାସ୍ତା କଡରେ ବେପାର କରିବାକୁ ବୋଲି କହିଛନ୍ତି ଉଠାଦେକାନୀ । ଆଜି ଜବରଦସ୍ତ ବସିବେ ବୋଲି କହିଛନ୍ତି ଉଠାଦୋକାନୀ ।