ରଥଖଳାକୁ ବିଜେ ହେଲେ ଆଜ୍ଞାମାଳ : ସଂଯୋଗ ହେଲା ଚକ ଅଖ; ଆଜିଠାରୁ ବଡ଼ଦାଣ୍ଡରେ ଛିଡ଼ା ହେବେ ତିିନି ରଥ

117

କନକ ବ୍ୟୁରୋ : ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ । ଏହି ଅବସରରେ ପରମ୍ପରା ମୁତାବକ ରଥଖଳାକୁ ବିଜେ ହେଲେ ଆଜ୍ଞାମାଳ । ତିନି ରଥରେ ଯୋଡ଼ା ହେଲା ଚକ-ଅଖ । ବିଧି ଅନୁଯାୟୀ ଆଜି ଦିନରେ ରଥ ନିର୍ମାର୍ଣର ପ୍ରମୁଖ କାର୍ଯ୍ୟ ଯଥା ଚକ ଅଖ ସଂଯୋଗ ଅନୁକୁଳ ହୋଇଛି । ୩ରଥ ଅଖରେ ୬ଟି ଚକ ସଂଯୋଗ ଅନୁକୁଳ କରାଯିବ ।

୩ ପୂଜାପଣ୍ଡା ସକାଳ ଧୁପ ପରେ ୩ଟି ଆଜ୍ଞାମାଳ ଆଣି ୩ ରଥର ଚକ ଅଖ ନିକଟରେ ଲାଗି କରିବା ପରେ ବିଶ୍ୱକର୍ମାମାନେ ଅନୁକୁଳ କରିଥାନ୍ତି । ସେପଟେ ରଥ ଖଳାରେ ୩ ରଥର ୩ଟି ନାହାକ ଅଖ ଓ ୬ଟି ଚକ ପ୍ରସ୍ତୁତ କରି ରଖାଯାଇଥିବା ବେଳେ ଶୀତଳ ଷଷ୍ଠୀ ପୂର୍ବରୁ ୪୨ଟି ଚକ ୨୧ଟି ଅଖ ସଂପୂର୍ଣ୍ଣ କରି ଡେରାଯିବ ।