ବ୍ଲାକମେଲ କରୁଥିଲା ବନ୍ଧାହେଲା: ଭଦ୍ରକ ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଭିଡିଓ ଭାଇରାଲର ଧମକ ଦେଇ ୩ ମାସ କରିଥିଲା ଦୁଷ୍କର୍ମ

800

କନକ ବ୍ୟୁରୋ: ସୈତାନ ହାତରେ ହାତକଡି । ଭଦ୍ରକ ଖପରପଦା ନାବାଳିକା ଦୁଷ୍କର୍ମ ମାମଲାରେ ଶେଷରେ ବନ୍ଧାହେଲା ସୈତାନ । ମାମଲାରେ ମୁଖ୍ୟ ଅଭିଯୁକ୍ତ ବିଚିତ୍ର ମାଝୀକୁ ଗିରଫ କଲା ପୋଲିସ । ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା ବେଳେ ତାକୁ ଖୋଜି ଖୋଜି ଧରିଛି ଭଦ୍ରକ ପୋଲିସ ।

ତେବେ ନାବାଳିକାର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟ କରି ତାକୁ ଭାଇରାଲ କରିଦେବାକୁ ଧମକ ଦେଉଥିଲା ଅଭିଯୁକ୍ତ । ବ୍ଲାକମେଲ କରି ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ । ଦୀର୍ଘ ୩ ମାସ ଧରି ଏମିତି ବ୍ଲାକମେଲ କରି ନାବାଳିକାକୁ ଦୁଷ୍କର୍ମ କରି ଆସୁଥିବା ଅଭିଯୁକ୍ତ ବିଚିତ୍ରକୁ ଗିରଫ କରିଛି ପୋଲିସ । ତେବେ ଖାଲି ନାବାଳିକାକୁ ନୁହେଁ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ହତ୍ୟା ଧମକ ଦେଉଥିଲା ବିଚିତ୍ର ।