ଆସିଲା ଦୀପିକା-ଦିନେଶଙ୍କ ଡିଏନଏ ରିପୋର୍ଟ : ଉଠିଲା ପ୍ରଶ୍ନ ଏବେ କ’ଣ ହେବ ଦୀପିକା ଓ ତାଙ୍କ ସନ୍ତାନର ଭାଗ୍ୟ

12,711

କନକ ବ୍ୟୁରୋ : କନକ ନ୍ୟୁଜ୍ ହାତରେ ଦୀପିକା-ଦିନେଶଙ୍କ ଡିଏନଏ ରିପୋର୍ଟ । ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ ଦିନେଶ ଓ ଦୀପିକା ବୋଲି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଗତକାଲି ଥାନାରୁ ସାର୍ଟିଫାଏଡ଼ କପି ଆଣିଥିଲେ ଦୀପିକା । ୨୦୨୨ରେ ଏହି ତଥ୍ୟ ରାଜ୍ୟ ଫରେନ୍ସିକ୍ ଲାବ ପକ୍ଷରୁ ପ୍ରସ୍ତୁତ କରାଯାଇଛି ।

୨୦୨୧ରେ ହୋଇଥିବା ମାମଲା ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଟାଉନ ଥାନା ପକ୍ଷରୁ ଦିଆଯାଇଥିଲା । ୨୦୨୨ରେ ଏହି ରିପୋର୍ଟକୁ ଏସ.ଏଫ.ଏସ.ଏଲ ଏସଡିଜେଏମ କୋର୍ଟ ଓ ବ୍ରହ୍ମପୁର ଏସପିଙ୍କୁ ପ୍ରଦାନ କରିଥିଲା । ସ୍ତ୍ରୀର ମାନ୍ୟତା ଦାବି କରି ଶିଶୁ ପୁତ୍ରକୁ ଧରି ଦୀର୍ଘଦିନ ହେଲା ଶାଶୁ ଘର ଆଗରେ ଧାରଣାରେ ବସିଥିଲେ ବ୍ରହ୍ମପୁରର କେ. ଦୀପିକା । ଏହି ଖବର ବେଶ ଚର୍ଚ୍ଚା ସାଉଁଟିଥିଲା ।