ବାରିପଦାରେ ହେବ କ୍ୟାନସର ହସ୍ପିଟାଲ୍ : ଖୁବଶୀଘ୍ର ଖୋଲିବ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍

106

କନକ ବ୍ୟୁରୋ : ମୟୂରଭଞ୍ଜବାସୀଙ୍କ ପାଇଁ ଖୁସି ଖବର । ବାରିପଦାରେ ଖୁବଶୀଘ୍ର ହେବାକୁ ଯାଉଛି ୫୦ ବେଡ଼ ବିଶିଷ୍ଟ କ୍ୟାନସର ହସ୍ପିଟାଲ । ଏ ନେଇ ଗତକାଲି ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲ ମୁମ୍ବାଇରୁ ଏକ ୫ ଜଣିଆ ପ୍ରତିନିଧି ଦଳ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସି ପହଞ୍ଚିଛନ୍ତି । ଗତକାଲି ପ୍ରଥମ ଦିନରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ପହଞ୍ଚି ପି.ଆର.ଏମ. ମେଡିକାଲ କଲେଜର ଡିନ୍, ସୁପରିଟେଣ୍ଡଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ଅନ୍ୟ ବିିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କସହ ଆଲୋଚନା କରିଛନ୍ତି ।

ଏଥିସହ ମେଡିକାଲ କଲେଜ ପରିସରର ବିଭିନ୍ନ ସ୍ଥାନ ବୁଲିସ୍ଥିତି ଅନୁଧ୍ୟାନ କରିଛନ୍ତି । ସୂଚନା ଅନୁସାରେ ଚଳିତ ବର୍ଷ ଡିସେମ୍ବର ମାସରୁ ପ୍ରାଥମିକ ପର୍ଯ୍ୟାୟରେ ଏଠାରେ ରୋଗୀଙ୍କ ରେଜେଷ୍ଟ୍ରିଲେଟ୍ କାର୍ଯ୍ୟ ଆରମ୍ଭ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ଏହାସହିତ ଆସନ୍ତା ବର୍ଷ ଜାନୁୟାରୀ ମାସ ସୁଦ୍ଧା ଏହାର କାର୍ଯ୍ୟ ଆରମ୍ଭ କରିବାକୁ ଲକ୍ଷ୍ୟ ରଖଶଯାଇଛି । ଆସନ୍ତା ଜୁଲାଇ ୨୦୨୪ ସୁଦ୍ଧା ଏହା ପୂର୍ଣ୍ଣକାର୍ଯ୍ୟକ୍ଷମ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ଆଉ ଏଥିପାଇଁ ଓଡିଶା ସରକାର ୪୭ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିସାରିଥିବା ମଧ୍ୟ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।