ତୁରନ୍ତ କରାଇ ନିଅନ୍ତୁ ବ୍ୟାଙ୍କରେ ଥିବା କାମ, ମଇ ମାସରେ ୧୨ ଦିନ ଛୁଟି ରହିବ ବ୍ୟାଙ୍କ

382

କନକ ବ୍ୟୁରୋ : ଆସନ୍ତା ମାସ ଅର୍ଥାତ ମଇ ମାସରେ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହି ମାସରେ ଶ୍ରମିକ ଦିବସ, ଅକ୍ଷୟ ତୃତୀୟା, ଇଦ, ବୁଦ୍ଧ ପୁର୍ଣ୍ଣିମା ଭଳି ପର୍ବ ସହ ସାପ୍ତାହିକ ଛୁଟିକୁ ମିଶାଇ ମୋଟ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ଛୁଟି ତାଲିକା ମୁତାବକ ଏହି ଛୁଟିଗୁଡିକ ସବୁ ରାଜ୍ୟ ପାଇଁ ସାମନ ହୋଇ ନଥିଲେ ବି ସର୍ବାଧିକ ଛୁଟି ସବୁରାଜ୍ୟର ବ୍ୟାଙ୍କ କର୍ମଚାରୀଙ୍କୁ ମିଳିବ । ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପର୍ବ ପାଇଁ କିଛି ଛୁଟି ନିର୍ଦ୍ଧିଷ୍ଠ କିଛି ରାଜ୍ୟ ପାଇଁ ରହିଛି ।

ରିଜର୍ଭ ବ୍ୟାଙ୍କର ଛୁଟି ତାଲିକା ମୁତାବକ ମଇ ପହିଲା ଅର୍ଥାତ ୧ ତାରିଖରେ ଶ୍ରମିକ ଦିବସ ପାଇଁ ସାରା ଦେଶର ବ୍ୟାଙ୍କଗୁଡିକ ବନ୍ଦ ରହିବ । ସେହିଭଳି ଇଦ ଓଲ ଫିତର ପାଇଁ କେବଳ କେରଳରେ ବ୍ୟାଙ୍କ ବନ୍ଦ ରହିବ । ମଇ ୩ ତାରିଖରେ ଭଗବାନ ପର୍ଶୁରାମ ଜୟନ୍ତୀ ଓ ରମକ୍ସଙ୍କନ ପାଇଁ କେବଳ କେରଳକୁ ଛାଡି ଦେଶର ବାକି ରାଜ୍ୟଗୁଡିକରେ ବ୍ୟାଙ୍କ ବନ୍ଦ ରହିବ । ମଇ ୮ ତାରିଖ ସାପ୍ତାହିକ ଛୁଟି ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ । ମଇ ୯ ତାରିଖ ସୋମବାର ରବିନ୍ଦ୍ରନାଥ ଟାଗୋର ଜୟନ୍ତୀ ପାଇଁ କେବଳ ପଶ୍ଚିମବଙ୍ଗ ଓ ତ୍ରୀପୁରାରେ ବ୍ୟାଙ୍କ ବନ୍ଦ ରହିବ । ମଇ ୧୪ ତାରିଖ ମାସର ଦ୍ୱିତୀୟ ଶନିବାର ପାଇଁ ଦେଶସାରା ବ୍ୟାଙ୍କ ବନ୍ଦ । ମଇ ୧୫ ରବିବାର ସାପ୍ତାହିକ ଛୁଟି । ମଇ ୧୬ ତାରିଖ ସୋମବାର ପାଇଁ ବୁଦ୍ଧ ପୁର୍ଣ୍ଣିମା ଓ ସିକିମ୍ ଦିବସ ପାଇଁ ସାରା ଦେଶର ବ୍ୟାଙ୍କ ଛୁଟି । ମଇ ୨୨ ତାରିଖ ରବିବାର ପାଇଁ ସାପ୍ତାହିକ ଛୁଟି । ମଇ ୨୪ ତାରିଖ ମଙ୍ଗଳବାର କାଜୀ ନଜରୁଲ ଇସଲାମ ଜୟନ୍ତୀ ପାଇଁ କେବଳ ସିକ୍କିମରେ ବ୍ୟାଙ୍କ ବନ୍ଦ । ମଇ ୨୮ ତାରିଖ ମାସର ଚତୁର୍ଥ ଶନିବାର ଓ ୨୯ ମଇ ରବିବାର ପାଇଁ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।

ଏସବୁ ଦିନଗୁଡିକରେ ବ୍ୟାଙ୍କ କାର୍ଯ୍ୟାଳୟ ବନ୍ଦ ରହୁଥିବାରୁ ଲୋକମାନେ ଅନଲାଇନ ବ୍ୟାଙ୍କ କାରବାର କରିପାରିବେ ।