ବାହାନଗା ଟ୍ରେନ ଦୁର୍ଘଟଣା : ପୁଅର ଶବକୁ ଅପେକ୍ଷା କରିିଛି ବାପା; କହିଲେ, ପୁଅର ମୃତଦେହ ବିହାରର କେହି ନେଇଯାଇଛି

319

କନକ ବ୍ୟୁରୋ : ବାହାନଗା ଟ୍ରେନ ଦୁର୍ଘଟଣା ପରେ ଏବେ ଅନେକ ମୃତଦେହ ଏମ୍ସରେ ଅଛି । ପଡ଼ି ରହିଥିବା ଶବ ଚିହ୍ନଟ ପାଇଁ ପରିଜନ କରୁଛନ୍ତି ଡିଏନଏ ଟେଷ୍ଟ । ଏହାରି ଭିତରେ ୮ ଦିନ ହେବ ପୁଅର ମୃତଦେହ ଖୋଜୁଛି ଜଣେ ବାପା । ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଏମ୍ସ ଆସି ପୁଅର ମୃତଦେହ ଖୋଜୁଛନ୍ତି ପଶ୍ଚିମବଙ୍ଗ କୁଞ୍ଜବିହାର ଜିଲ୍ଲାର ଶିବକାନ୍ତ ରାୟ । ବାହାନଗା ରେଳ ଦୁର୍ଘଟଣା ଦିନ ଟ୍ରେନରେ ଥିଲେ ତାଙ୍କ ୨୨ ବର୍ଷର ପୁଅ ବିପୁଲ ରାୟ ।

ଟ୍ରେନ ଦୁର୍ଘଟଣା ଖବର ପାଇବା ପରେ ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଧାଇଁ ଆସିଥିଲେ । ୮ ଦିନ ହେବ ପୁଅର ମୃତ ଦେହ ପାଉନାହାନ୍ତି । ପୁଅର ମୃତଦେହକୁ ପଶ୍ଚିମବଙ୍ଗ ପରିବର୍ତ୍ତେ ବିହାର ନେଇ କେହି ତାଙ୍କ ପୁଅର ଶେଷକୃତ୍ୟ ସଂପନ୍ନ କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ପୁଅର ମୃତଦେହ ନେବା ପାଇଁ ଏମ୍ସ ମେଡିକାଲରେ ଥିବା ବିଏମସି ହେଲଫ ଡେସ୍କରେ ଗୁହାରି କରିଛନ୍ତି ବିପୁଲଙ୍କ୯ ବାପା । ହେଲେ କୌଣସି ସହଯୋଗ ମିଳିନଥିବା ଅଭିଯୋଗ କରିଛନ୍ତି । ଡିଏନଏ ଟେଷ୍ଟିଂ କରାଇ ଅପେକ୍ଷା କରିଥିବା ବେଳେ କେବେ ମୃତଦେହ ମିଳିବ ଏମ୍ସ ପକ୍ଷରୁ କିଛି କୁହାଯାଉନଥିବା ଶିବକାନ୍ତ କହିଛନ୍ତି ।