ଋଣ ସୁଝିପାରିଲେନି ବୋଲି, ସାଜିଲେ ରାସ୍ତକଡର ଭିକାରୀ । ରାଜଧାନୀ ବୃଦ୍ଧାଙ୍କର ଯନ୍ତ୍ରଣାଭରା କାହାଣୀ ।

କନକ ବ୍ୟୁରୋ: ଜୀବନ କେତେବେଳେ କେଉଁ ମୋଡ ନେବ କିଏ କହିବ? ରାସ୍ତା କଡରେ ବସିଥିବା ଏଇ ବୁଢି ମାଉସୀଙ୍କୁ ଦେଖିଲେ ଜୀବନର ବାସ୍ତବତାକୁ ବୁଝିବାକୁ ଡେରି ହୁଏନି । ବୟସ ୮୦ ଛୁଇଁବ ।  ନା ଚାଲିବାକୁ ଗୋଡରେ ବଳ ଅଛି ନା ଆଖିକୁ ଭଲ ଦେଖାଯାଉଛି । ତଥାପି ଦାଉ ସାଜୁଛି ଜୀବନ । ଘର ପାଇଁ କରିଥିବା ଋଣ…

ଭାରତୀୟ ତୈଳ କମ୍ପାନୀ ସହ ଡିଲ କଲାନି ଋଷ । କହିଲା ନାହିଁ ପର୍ଯ୍ୟାପ୍ତ ତେଲ । ବଢିପାରେ ତେଲ ଦର

କନକ ବ୍ୟୁରୋ: ତେଲ ବିକିବାକୁ ଭାରତୀୟ ତୈଳ କମ୍ପାନୀ ସହ ଡିଲ କରିବାକୁ ମନା କରିଦେଲା ଋଷ । ସେଥିପାଇଁ ଭାରତର ଦୁଇଟି ସଂସ୍ଥା ସହ ଏହି ବୁଝାମଣାକୁ ସ୍ଥଗିତ ରଖିଛି । ଅନ୍ୟମାନଙ୍କୁ ତେଲ ଦେବା ଲାଗି ଋଷ ବୁଝାମଣା କରିସାରିଥିବାରୁ ଅତିରିକ୍ତ ତେଲର ଅଭାବ ଦେଖାଦେଇଛି । ରିହାତିରେ ଋଷ ତେଲ ବିକ୍ରି…

ପାଣି ପିଇବାକୁ ଯାଇ ଲୋଟା ଭିତରେ ଫସିଗଲା ମାଙ୍କଡ ଛୁଆର ମୁହଁ । ଘଣ୍ଟା ଘଣ୍ଟା ଧରି ବୁଲିଲା ଅସହାୟ ମା’ । ଏପରି ଭାବରେ…

କନକ ବ୍ୟୁରୋ: ମହାରାଷ୍ଟ୍ର ଚନ୍ଦ୍ରପୁରର ଏକ ହୃଦୟ ବିଦାରକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନବସତି ମଧ୍ୟକୁ ପଶିଆସୁଛନ୍ତି ଜଙ୍ଗଲି ଜନ୍ତୁ । ବିଶେଷ କରି ମାଙ୍କଡ ପହ୍ଲ ଲୋକ ଗହଳିକୁ ପଶିଆସୁଛନ୍ତି । ଏଭଳି ସ୍ଥଳେ ଚନ୍ଦ୍ରପୁରରେ…

ଫାଉଣ୍ଡେସନ୍ ଖୋଳିଲା ବେଳେ ଭୁଷୁଡିଗଲା ପାଖ ଦୋକାନ । ମାଟିରେ ଦବିଗଲେ ୧୧ଜଣ, ୩ ମୃତ, ଏକାଧିକ ଗୁରୁତର

କନକ ବ୍ୟୁରୋ: ରାଜସ୍ଥାନ ଉଦୟପୁରରେ ଏକ ଦୁଃଖଦ ଘଟଣା ଘଟିଛି । ଉଦୟପୁରର ସବିନା ଇଲାକାରେ ଥିବା କୃଷି ମଣ୍ଡିରେ ଏକ ନୂଆ ଦୋକାନ ପାଇଁ ଫାଉଣ୍ଡେସନ୍ ଖୋଳୁଥିବାବେଳେ ପାଖରେ ଥିବା ଏକ ଦୋକାନ ଭୁଷୁଡିବାରୁ ମାଟିତଳେ ୧୧ଜଣ ଚାପି ହୋଇଯାଇଛନ୍ତି । ଏଥିରେ ୨ଜଣ ଗ୍ରାହକ ଓ ଜଣେ ଆକାଉଣ୍ଟାଣ୍ଟଙ୍କର…

ବିବାହ ଭୋଜି ଖାଇବାକୁ ଯିବାବେଳେ ଟ୍ରକରେ ପିଟିହେଲା କାର୍ । ଗୋଟିଏ ପରିବାରର ୮ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ: ରାଜସ୍ଥାନରେ ଭୟଙ୍କର ଦୁର୍ଘଟଣା ଘଟିଛି । ବିବାହରେ ଯୋଗ ଦେବାକୁ ଯାଉଥିବାବେଳେ କାର-ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୮ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବାରମୋର ଜିଲ୍ଲାର ଗୁଡାମଲାନି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ସବୁଠାରୁ ଦୁଃଖଦ…

ପୁଣି ଥରେ ମହଙ୍ଗା ହେଲା ବ୍ୟାଙ୍କ ଋଣ । ଏହି ୩ଟି ବ୍ୟାଙ୍କ ବଢାଇଲେ ସୁଧ ଦର । 

କନକ ବ୍ୟୁରୋ: ଭରତୀୟ ରିଜର୍ଭ ବ୍ୟାଙ୍କ ଘୋଷଣା କରିବା ପୂର୍ବରୁ ଦେଶର ୩ଟି ବ୍ୟାଙ୍କ ନିଜ ନିଜ ଋଣ ଦରକୁ ମହଙ୍ଗା କରିଛନ୍ତି । କାନାଡା ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଓ କରୁର ଭୈସ୍ୟା ବ୍ୟାଙ୍କ ନିଜର ଋଣର ସୁଧର ଦରରେ ବୃଦ୍ଧି ଘୋଷଣା କରିଛନ୍ତି । ଫଳରେ ଇଏମଆଇରେ ମଧ୍ୟ ବୃଦ୍ଧି ହୋଇଛି । ଏହି…